Wednesday , June 29 2022
Breaking News
Home / ବିଶେଷ / ଗୁଣିଗାରେଡିରୁ ଦୂରେଇ ରହିବାକୁ ସଚେତନତା

ଗୁଣିଗାରେଡିରୁ ଦୂରେଇ ରହିବାକୁ ସଚେତନତା

କଲ୍ୟାଣସିଂପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ରାୟଗଡା ଜିଲାକଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଂଚାୟତର ପାଠାଗାର ସମ୍ମୁଖରେ ସ୍ଥାନୀୟ ପୁଲିସ ପକ୍ଷରୁ କଞ୍ଜାମଯୋଡି ଗ୍ରାମବାସୀଙ୍କୁ ଡକାଇ ଗୁଣିଗାରେଡିରୁ ଦୂରେଇ ରହିବା ପାଇଁ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଥାନା ଏସଆଇ ଦିପ୍ତୀରଞ୍ଜନ ସାହୁ, ଏସଆଇ କୃତିିବାସ ହରିଚନ୍ଦନ, ଆଦିବାସୀକୁଳର ସଭାପତି ରଘୁନାଥ ନିଶିକା, ଶିକରପାଇ ସରପଂଚ ଅମ୍ବିକା ସାରକା, ପୂର୍ବତନ ଜିଲାପରିଷଦ ସଭ୍ୟ ଶଙ୍କର ହୁଇକା ପ୍ରମୁଖ ଉପସ୍ଥିତ ରହିଥିଲେ । କଞ୍ଜାମଯୋଡି ଗ୍ରାମରେ ଗୁଣିଗାରେଡିକୁ ନେଇ ଗଣ୍ଡଗୋଳ ଲାଗିରହିଥିବା ଯୋଗୁଁ ସ୍ଥାନୀୟ ପୁଲିସ ପକ୍ଷରୁ ଗ୍ରାମବାସୀଙ୍କୁ ଡକାଇ ଅନ୍ଧବିଶ୍ୱାସ ବିରୁଦ୍ଧରେ ବୁଝାଇଥିଲେ । ଉକ୍ତ ବ୍ଲକରେ ବାରମ୍ବାର ବିଭିନ୍ନ ସମୟରେ ଗୁଣିଗାରେଡିକୁ ନେଇ ହତ୍ୟା, ଗାଁ’ରେ ଅଶାନ୍ତି ପରିବେଶ, ଗ୍ରାମରୁ ବାଛନ୍ଦ, ନିଅାଁପାଣିରୁ ବାଛନ୍ଦ କରାଯାଇଥାଏ । ଏହି ଅନ୍ଧବିଶ୍ୱାସକୁ ନେଇ ସବୁବେଳେ ପରିବାର ପରିବାର ମଧ୍ୟରେ, ଗାଁ’ ଗାଁ’ ମଧ୍ୟରେ ଅଶାନ୍ତି ଲାଗିରହୁଥିବା ଯୋଗୁଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଓ ବିଭିନ୍ନ ଗ୍ରାମରେ ଲୋକଙ୍କୁ ସଚେତନତା କରାଯାଇଛି । ଏ ନେଇ ଥାନାରେ ବାରମ୍ବାର ଅଭିଯୋଗ ଆସିଥିଲେ ମଧ୍ୟ ପୁଲିସ ପକ୍ଷରୁ ସଚେତନତା କରିବା ସହ ଗାଁ’ ଗାଁ’ରେ ବୈଠକ କରି ସଚେତନତା କରାଯାଇଛି । ବୈଠକରେ ଗ୍ରାମବାସୀଙ୍କ ଦ୍ୱାରା ଶପଥପାଠ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିକରପାଇ ଓ କଞ୍ଜମଯୋଡି ଗ୍ରାମର ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିବା ସହ ପୁଲିସ ବିଭାଗର ଅନ୍ୟ କର୍ମକର୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଜି ନେତ୍ରୋତ୍ସବ: ଅନ୍ତିମ ପର୍ଯ୍ୟାୟରେ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ

କେନ୍ଦ୍ରାପଡ଼ା, ୨୯/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନେତ୍ରୋତ୍ସବ ଆଜି । ପ୍ରଭୁ ଶ୍ରୀଜୀଉଙ୍କ ନବ ଯୌବନ ଦର୍ଶନ …

Leave a Reply

Your email address will not be published. Required fields are marked *