Friday , September 29 2023
Breaking News
Home / ବିଶେଷ / କାଉଁରିଆ କାଠିର ଅଭାବ,ବଡ ବଡୁଆଙ୍କୁ ଡାକିବା ପାଇଁ କାଉଁରିଆ ଗ୍ରାମାଂଚଳରେ ବିକ୍ରୀ ହେଉଛି 

କାଉଁରିଆ କାଠିର ଅଭାବ,ବଡ ବଡୁଆଙ୍କୁ ଡାକିବା ପାଇଁ କାଉଁରିଆ ଗ୍ରାମାଂଚଳରେ ବିକ୍ରୀ ହେଉଛି 

ଗରଦପୁର,୨୬/୧୦/୨୦୧୯(ଓଡ଼ିଶା ସମାଚାର)-ଦିନକ ପରେ ଦୀପାବଳୀ ପର୍ବ ,ବଡ ବଡୁଆମାନଙ୍କୁ କାଉଁରିଆ କାଠିରେ ଡାକିବା ପାଇଁ ପ୍ରବାଦ ରହି ଆସିଛି । ଏଥି ପାଇଁ କାଉଁରିଆ କାଠିର ଆବଶ୍ୟକତା ରହିଛି । ମାତ୍ର ପୂର୍ବ ପରି ଗ୍ରାମାଂଚଳରେ ଆଉ ନଳିତା ଚାଷ କରାଯାଉ ନାହିଁ । ଫଳରେ କାଉଁରିଆ କାଠିର ଘୋର ଅଭାବ ପରିଲକ୍ଷିତଛି । ପାଟକୁରା ଅଂଚଳରେ ଯେଉଁ ସ୍ୱଳ୍ପ ପରିମାଣର ଚାଷୀ ଚଳିତ ବର୍ଷ ନଳିତା ଚାଷ କରିଛନ୍ତିି, ଚଳିତ ବର୍ଷ ଚାଷରେ ବିଳମ୍ବ ଯୋଗୁଁ ସେମାନଙ୍କ ମଧ୍ୟରୁ କାଁ ଭାଁ ଚାଷୀମାନେ ନଳିତାରୁ ଝୋଟ ଅମଳ କରି କାଉଁରିଆ କାଠି ବାହାର କରୁଛନ୍ତି । କ୍ରମାଗତ ଭାବରେ ଗତ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିବାରୁ କାଉଁରିଆ କାଠି ଓଦା ରୀହିଛି । କାଉଁରିଆ କାଠିର ଅଭାବ ରହିଥିବାରୁ ଲୋକମାନେ ଏହାକୁ ସଂଗ୍ରହ କରିବା ପାଇର୍ କାଉଁରିଆ କାଠି ବିକ୍ରୟ କରାଯାଉଥିବା ସ୍ଥାନମାନଙ୍କରେ ଭିଡ ଜମାଇ ଦେଉଥିବାର ଦେଖିବାକୁ ମିଳିଛି । ଆଜି କେତେକ ବ୍ୟବସାୟୀମାନେ କାଉଁରିଆ କାଠିକୁ ଛୋଟ ଛୋଟ ବିଡା କରି ସାଇକେଲ ଓ ଟଲିରେ ଭର୍ତି କରି ବିଭିନ୍ନ ଗାଁ ଦାଣ୍ଡ , ବିଭିନ୍ନ ରାସ୍ତା ପାଶ୍ୱର୍  ଓ ଜାତୀୟ ରାଜପଥ ପାଶ୍ୱର୍ରେ ବିକ୍ରୟ କରୁଥିବାର ଦେଖାଯାଇଛି । ବ୍ୟବସାୟୀମାନେ ବିଡା ପ୍ରତି ୧୦ ରୁ୧୫ ଟଙ୍କାରେ ବିକ୍ରୟ କରୁଥିବାର ଦେଖାଯାଇଛି । ଏହି କାଉଁରିଆ କାଠିକୁ କ୍ରୟ କରିବା ପାଇଁ ଲୋକମାନଙ୍କର ଆଗ୍ରହ ମଧ୍ୟ ରହିଛି । ପ୍ରକାଶ ଯେ, ପାଟକୁରା ଅଂଚଳରେ ବିଗତ ବର୍ଷମାନଙ୍କରେ ବ୍ୟାପକ ଭାବରେ ନଳିତା ଚାଷ କରାଯାଉଥିବାରୁ ବହୁ ପରିମାଣରେ କାଉଁରିଆ କାଠି ମିଳିଥାଏ । ମାତ୍ର ଗତ କିଛି ବର୍ଷ ହେଲା ପ୍ରଶାସନିକ ପ୍ରୋତ୍ସୋହନ ଅଭାବ ସାଙ୍ଗକୁ ଚାଷୀମାନଙ୍କର ଆଗ୍ରହ କମି ଯାଇଥିବାରୁ ଏହି ଚାଷ କାଁ ଭାଁ ସ୍ଥାନମାନଙ୍କରେ କରାଯାଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *