Monday , October 18 2021
Breaking News
Home / ବିଶେଷ / ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ 

ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ 

ଗରଦପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ଅର୍ନ୍ତଗତ ସାନବେତରା ଗ୍ରାମର ସୂଚନା ଅଧିକାର କର୍ମୀ କାର୍ତିକ ସେଠୀଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ କାର୍ତିକ ଙ୍କ ଅଭିଯୋଗ କ୍ରମେ ପାଟକୁରା ଥାନାରେ ମାମଲା ରୁଜୁ କରାଯାଇଛି । ଏ ସମ୍ପର୍କରେ ପାଟକୁରା ଥାନାରେ ୩୨୨/୧୯ନମ୍ବରରେ ମାମଲା ରୁଜୁ କରାଯାଇଛି । ସାମାଜିକ କର୍ମୀ ଜଣେ ଦଳିତ ପରିବାରର ହୋଇଥିବାରୁ ଏଚଆରପିସି ଡିଏସପି ଏସ.କେ.ସେନ୍ ଘଟଣାର ତଦନ୍ତ କରୁଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ସାମାଜିକ କର୍ମୀ କାର୍ତିକ ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ପଂଚାୟତର କେତେକ ଢଲେଇ ରାସ୍ତା କାମର ତଥ୍ୟ ସୂଚନା ଅଧିକାର ଆଇନ୍ ଅନୁଯାୟୀ ବ୍ଲକ ଜନ ସୂଚନା ଅଧିକାରୀଙ୍କୁ ମାଗିଥିଲେ । ଏଥିରେ ଉତ୍ୟକ୍ତ ହୋଇ କେତେକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିବା ନେଇ କାର୍ତିକ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସାମାଜିକ କର୍ମୀ କାର୍ତିକ ବିଭିନ୍ନ ସମୟରେ ଜନ ସୂଚନା ଅଧିକାର ଆଇନ୍ ବଳରେ ବିଭିନ୍ନ ଲୋକମାନଙ୍କୁ ହଇରାଣ କରୁଥିବା ଓ ଧମକ ଚମକ ଦେବା  ସମ୍ପର୍କରେ ପାଟକୁରା ଥାନାରେ କାର୍ତିକଙ୍କ ନାମରେ ତିନି ଗୋଟି ପୃଥକ୍ ପୃଥକ୍ ଅଭିଯୋଗ କରାଯାଇଛି ବୋଲି ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *