Saturday , October 16 2021
Breaking News
Home / ତାଜା ଖବର / ସାଲେପୁର ରେ ଅଭାବନୀୟ ଘଟଣା:ବିଦ୍ୟୁତ୍ ଆଘାତରେ ଶାଶୁ ଓ ୨ବୋହୁଙ୍କର ଅକାଳ ମୃତ୍ୟୁ

ସାଲେପୁର ରେ ଅଭାବନୀୟ ଘଟଣା:ବିଦ୍ୟୁତ୍ ଆଘାତରେ ଶାଶୁ ଓ ୨ବୋହୁଙ୍କର ଅକାଳ ମୃତ୍ୟୁ

ସାଲେପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ବାରିଗୋଳ ପଂଚାୟତ ବେତେଇ ମୈାଜା ଦଳିତ ସାଇରେ ଅଭାବନୀୟ ଘଟଣା ସାଲେପୁର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ବିଦ୍ୟୁତ୍ କରେଂଟ ଲାଗି ଗୋଟଏ ପରିବାରର ୩ଜଣ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଆଜି ଦିନ ପ୍ରାୟ ୧୧ଟା ସମୟରେ ଶାଶୁ ସ୍ମିତା ମଲ୍ଲିକ୍ ଗାଧୋଇ ସାରି ଓଦାଲୁଗାକୁ ଏକ ତାରରେ ଶୁଖାଉଥିବା ବେଳେ ଏଥିରେ ବିଦ୍ୟୁତ୍ ପ୍ରବାହିତ ହୋଇ ଥିବାରୁ କରେଂଟ ଲାଗିଥିଲା । ମଝିଆ ବୋହୁ ନନ୍ଦିତା ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଲାଗିରହିଥିଲେ । ଏହା ଦେଖି ସାନ ବୋହୁ ପୁଷ୍ପଲତା ମଧ୍ୟ ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ବରଣ କରିଥିଲେ । ଫଳରେ ପରିବାର ର ଶାଶୁ ଓ ଦୁଇ ବୋହୁ ଏଥିଯୋଗୁଁ ପ୍ରାଣ ହରାଇଥିଲେ । ସେମାନଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ଜଣାପଡ଼ିଛି । ସାଲେପୁର ପୋଳିସ୍ ଶବ ଜବତକରି ତଦନ୍ତ ଚଳାଇ ଥିବା ଜଣାପଡ଼ିଛି ।  ଓଡ଼ିଶା ସମାଚାର

About admin

Check Also

ଅଜଣା ଯୁବକଙ୍କ ଗଳା କାଟି ହତ୍ୟା

ରାଉରକେଲା, ୧୫/୧୦/୨୦୨୧(ଓଡ଼ିଶା ସମାଚାର): ରାଉରକେଲା ସେକ୍ଟର-୫ରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅଜଣା ଯୁବକଙ୍କ ଗଳା କାଟି …

Leave a Reply

Your email address will not be published. Required fields are marked *