Monday , October 2 2023
Breaking News
Home / କୃଷି / ଲଗାଣ ବର୍ଷାରେ ବ୍ୟାପକ ପନିପରିବା ଓ ଧାନଫସଲ କ୍ଷତିଗ୍ରସ୍ତ

ଲଗାଣ ବର୍ଷାରେ ବ୍ୟାପକ ପନିପରିବା ଓ ଧାନଫସଲ କ୍ଷତିଗ୍ରସ୍ତ

ସାଲେପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଦ୍ୱୀପାଂଚଳର ସାଲେପୁର ବ୍ଲକ୍ ର ସୁଦୁଖଣ୍ଡ , ପୁରୁଣାହାଟ , ରଟିଲୋ , ତରିତୋ ଆଦି ପଂଚାୟତ ତଥା ନିଶ୍ଚିନ୍ତକୋଇଲି ବ୍ଳକ୍ ର ଜନାର୍ଦ୍ଧନପୁର , କଳମିଶ୍ରି , ସାନ୍ତପୁର, ବନ୍ଧୁପୁର , ପାଳଦା, ନେମାଳ, ତିଲକଣା ନଗସପୁରଆଦି ଅଂଚଳରେ ବ୍ୟାପକ ପନିପରିବା କ୍ଷତି ହେବା ସହ କୋବି, ଲଙ୍କା, ବିନ୍, ଝୁଡ଼ଙ୍ଗ, ବାଇଗଣ, କଖାରୁ ଆଦି ଫସଲ ପାଣିରେ ବୁଡ଼ି ନଷ୍ଟ ହୋଇଯାଇ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଉଭୟ ବ୍ଲକ୍ ରେ କେତେକ ସ୍ଥାନରେ ଲଘୁ ଧାନ ଫସଲ ଓ ବିରି ଫସଲ ର ବ୍ୟାପକ କ୍ଷତି ଘଟିଥିବା ଚାଷିମାନେ ପ୍ରକାଶକରି ସରକାରୀ ସହୟତା ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *