ପାରାଦ୍ୱୀପ ୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପୂର୍ବଭାରତ ପ୍ରବେଶ ପଥ ଶିଳ୍ପ ଓ ବନ୍ଦର ସହର ପାରାଦ୍ୱୀପରେ ପ୍ରଦୂଷଣମାତ୍ରା ଅତ୍ୟାଧିକ ଭାବେ ବୃଦ୍ଧି ପାଇ ସାଧାରଣରେ ଜୀବନଧାରଣ ଦୁର୍ବିସହ ହୋଇପଡିଲାଣି । ଦିଲ୍ଲିର ଆଇଆଇଟି ର ଏକ ସର୍ଭେକ୍ଷଣ ରିପୋର୍ଟରେ ଓଡିଶାରେ ପ୍ରଦୂଷଣ କ୍ଷେତ୍ରରେ ଏକ ନମ୍ବର ଥିବା ପାରାଦ୍ୱୀପ ଏବେ ଦିଲ୍ଲିକୁ ଟପିବାକୁ ବସିଲାଣି । ପାରାଦ୍ୱୀପ ଏବଂ ଆଇଓସିଏଲ ତୈଳ ବିଶୋଧନାଗାର, ସାରକାରଖାନ, କାର୍ବନ କାରଖାନା ଏବଂ ଆଇରନ, କୋଇଲା, ଜିପ୍ସମ୍, ସାର ଗୁଣ୍ଡ ଯୋଗୁଁ ସ୍ଥାନୀୟ ଅଳରେ ଜଳ, ସ୍ଥଳ ଓ ଆକାଶରେ ପ୍ରଦୂଷଣର ମାତ୍ରା ଏତେଯେ ଦିନ ସମୟରେ ମଧ୍ୟ କୁହୁଡି ଭ୍ରମ ସୃଷ୍ଟି କରୁଛି । ଏହି ପ୍ରଦୁ୍ୟଷଣ ଯୋଗୁଁ ସ୍ଥାନୀୟ ଲୋକମାନେ ବହୁପ୍ରକାର ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟମୁଖରେ ପଡୁଛନ୍ତି । ଏସବୁ ପ୍ରତୀକାର କ୍ଷେତ୍ରରେ ପ୍ରଶାସନ, ରାଜନୈତିକ ନେତା କାହାରି ତପôରତା ନଥିଲା ବେଳେ ସ୍ଥାନୀୟ କିଛି ସଙ୍ଗଠନ ଏହାର ପ୍ରତିବାଦ କରିଥିଲେ ମଧ୍ୟ ଏଦିଗରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯଦିଓ ବର୍ଷେ ତଳେ ତତ୍କାଳୀନ ଜିଲ୍ଲାପାଳ ପୁନମ ଗୁହା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିଥିଲେ, ବର୍ତମାନ ତାହା କୋମା ଅବସ୍ଥାରେ, ତେବେ ଏସବୁର ତୁରନ୍ତ ପ୍ରଦୀକାର ପାଇଁ ସ୍ଥାନୀୟ ସାମଜସେବୀ ତଥା ବୁଦ୍ଧିଜିବୀ ଶ୍ରୀବଲ୍ଲଭ କର ସ୍ୱର ଉତୋଳନ କରିଛନ୍ତି । ଏବଂ ତାଙ୍କ ପ୍ରତି ବହୁ ଜନ ସମର୍ଥନ ମିଳୁଥିବାର ଦେଖିବାକୁ ମିଳୁଛି । ତେବେ ଏକ୍ଷେତ୍ରରେ ଶ୍ରୀ କର ସିପିସିବି, ଓପିସିବି, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରେ ଅଭିଯୋଗ କରିବା ସେଙ୍ଗ ସେଙ୍ଗ ଏପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀ ମନ୍ତ୍ରଣାଳୟକୁ ଅବଗତ କରାଇଛନ୍ତି । ପାରାଦ୍ୱୀପରେ ପ୍ରଦୂଷଣ ବୃଦ୍ଧି କରୁଥିବା ଶିଳ୍ପ ଓ ପରିବହନକାରୀ ସଂସ୍ଥା ମାନେ ପ୍ରଦୂଷଣକୁ ନିୟନ୍ତ୍ରଣ କରନ୍ତୁ ନଚେତ ପାରାଦ୍ୱୀପ ଛାଡନ୍ତୁ ବୋଲି ଶ୍ରୀ କର ଚେତାବନୀ ଦେଇଛନ୍ତି । ଏବଂ ଆଗାମୀ ଦିନରେ ପରିବେଶ ବଂଚାଅ ଆନ୍ଦୋଳନ ସଙ୍ଗଠନ ଏସବୁ ଶିଳ୍ପ ବିରୁଦ୍ଧରେ ଚରମ ଆନ୍ଦୋଳନକୁ ଓହ୍ଳାଇବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର