Saturday , October 16 2021
Breaking News
Home / ବିଶେଷ / ପାଚିକାଙ୍କୁ ଅପବାଦ ଦେଇ ସ୍କୁଲରୁ ତଡିଦେବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଅନଶନ

ପାଚିକାଙ୍କୁ ଅପବାଦ ଦେଇ ସ୍କୁଲରୁ ତଡିଦେବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଅନଶନ

କେନ୍ଦ୍ରାପଡା,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ଜନୈକ ସ୍କୁଲ ପାଚିକାଙ୍କୁ ମିଥ୍ୟା ଆରୋପ ଓ ଅପବାଦ ଦେଇ ସ୍କୁଲରୁ ତଡିଦେଇଥିବା ପ୍ରତିବାଦରେ ସେ ସପରିବାର ଶୁକ୍ରବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ କରିଥିବାର ଦେଖାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର ଗ୍ରାମର ସୂର୍ଗତ ବାଇଧର ବେହେରାଙ୍କ ବିଧବା ପତ୍ନୀ ଝରଣା ବେହେରା ଅଭିଯୋଗ କରିଛନ୍ତି ଯେ ସେହି ବ୍ଲକ ଅନ୍ତର୍ଗତ ଡିଆପାଟଣା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ୨୨ବର୍ଷରୁ ଉଦ୍ଧ୍ୱର୍ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସେହି ଗ୍ରାମର କେତେକ ଖଳ ପ୍ରକୃତିର ଲୋକଙ୍କ ସହିତ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷା କମିଟିର ସଦସ୍ୟ ମିଶି  ତାଙ୍କ ନାମରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ ସମୟରେ ସେ ୨ଜଣଙ୍କୁ ରାକ୍ଷସ ପିଲା ବୋଲି କହିଥିବାର ମିଥ୍ୟା ଅଭିଯୋଗ ଓ ଆରୋପ ଲଗାଇ ଦଣ୍ଡିତ କରିଥିଲେ । ଏଥିସହିତ ସେହି ପାଚିକାଙ୍କୁ ବିଭିନ୍ନ ସମୟରେ ତାଙ୍କର ସମ୍ମାନହାନୀ ହେବା ଭଳି କାର୍ଯ୍ୟ କରାଇବା ସହ ତାଙ୍କୁ ଲାନ୍ଛନା, ଅପମାନ, ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିବା  ସେ ଅଭିଯୋଗ କରିଛନ୍ତି । ସଂପୃକ୍ତ ପାଚିକା ଏ ସମ୍ପର୍କରେ ବ୍ଲକ ଶିକ୍ଷା  ଅଧିକାରୀ ଓ ଜିଲ୍ଲା  ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ବାଧ୍ୟ ହୋଇ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ଡକାଇ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବାପରେ ସନ୍ଧ୍ୟାରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *