Saturday , October 16 2021
Breaking News
Home / ବିଶେଷ / ପାଂଚଦିନିଆ ବିଦେଶ ଗସ୍ତର ତୃତୀୟ ଦିନ : ଋଷରେ ଓଏନ୍ଜିସି ଭାଗିଦାରୀରେ ପ୍ରତିଷ୍ଠିତ ସାଖାଲିନ୍-୧ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପାଂଚଦିନିଆ ବିଦେଶ ଗସ୍ତର ତୃତୀୟ ଦିନ : ଋଷରେ ଓଏନ୍ଜିସି ଭାଗିଦାରୀରେ ପ୍ରତିଷ୍ଠିତ ସାଖାଲିନ୍-୧ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଋଷ/ନୂଆଦିଲ୍ଲୀ/ ୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପାଂଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଋଷର ସାଖାଲିନ୍ ତୈଳ କ୍ଷେତ୍ର ପରିଦର୍ଶନ କରି ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।

ଋଷର ଗ୍ୟାସ କ୍ଷେତ୍ରରେ ଓଏନ୍ଜିସି ବିଦେଶ କମ୍ପାନୀ ଋଷର ସାଖାଲିନ୍-୧ ପ୍ରକଳ୍ପରେ ଭାରତର ସବୁଠୁ ବଡ ଏକକ ପୁଞ୍ଜିନିବେଶ କରିଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣରେ ଭାରତ ଏବଂ ଋଷର ଉର୍ଜା ସଂଯୋଗକୁ ମଜବୁତ୍ କରିବା ପାଇଁ ଓଏନଜିସି ବିଦେଶ କମ୍ପାନୀ ୨୦୦୧ ଠାରୁ ସାଖାଲିନ୍ -୧ ପ୍ରକଳ୍ପରେ ୨୦ ପ୍ରତିଶତ ଭାଗୀଦାର ରହିଆସୁଛି । ସେତେବେଳେ ଏହି ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଋଷ ରେ ଭାରତୀୟ ରାଷ୍ଟ୍ରଦୂତ ସତି ଲାମ୍ବାଙ୍କୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ବର୍ତମାନ ରାଷ୍ଟ୍ରଦୂତ ଥିବା ଶ୍ରୀ ଭେଙ୍କଟେଶ୍ ବର୍ମା ମଧ୍ୟ ଏହି ପ୍ରକଳ୍ପରେ ସାମିଲ ଥିବା ଶ୍ରୀ ପ୍ରଧାନ କହିଛନ୍ତି । ଭାରତରେ ‘ବମ୍ବେ ହାଇ’ ଭଳି ସାଖାଲିନ୍ ବିପୁଳ ତୈଳ ଉତ୍ପାଦକ କ୍ଷେତ୍ର ଅଟେ । ଏକ୍ସନ ମୋବିଲ କର୍ପୋରେସନ୍, ରୋଜନେଫ୍ଟ, ଜାପାନିଜ୍ ଏସଓଡିଇସିଓ ଏବଂ ଭାରତର ଓଏନଜିସି ବିଦେଶ କମ୍ପାନୀ ଏହାର ସହଯୋଗୀ ଥିବା ବେଳେ ସମସ୍ତଙ୍କ ଭାଗିଦାରୀରେ ଏହା ୨୦୫୫ ପର୍ଯ୍ୟନ୍ତ ତୈଳ ଏବଂ ଗ୍ୟାସ ଉତ୍ପାଦନ କରିବାର ଯୋଜନା ରଖିଛି ।

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ପ୍ରତିନିଧି ମଣ୍ଡଳି ସହ ଓଏନ୍ଜିସି ବିଦେଶ ଭାଗିଦାରୀ ଥିବା ରିଗ୍ ‘କ୍ରିଚେଟ୍’ ବୁଲି ଦେଖିଛନ୍ତି । ଏଠାରେ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ କାମ କରିବାକୁ ପଡେ । ଏହାବ୍ୟତିତ ସେ ଓଏନଜିସି ବିଦେଶ କମ୍ପାନୀର ଓଡିଆ ଅଧିକାରୀ ସନ୍ତୋଷ ଦାଶଙ୍କୁ ସାକ୍ଷାତ୍ କରି ଆଲୋଚନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *