କଟକ,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ନିଯୁକ୍ତି ଅପେକ୍ଷାରେ ଥିବା ୨୦୦୬ରୁ ୨୦୧୯ ପର୍ଯ୍ୟନ୍ତ ୧୭ ହଜାରରୁ ଉଦ୍ଧ୍ୱର୍ କୃତି ଏ.ଏନ୍.ଏମମାନଙ୍କ ସମସ୍ୟା ସମ୍ପର୍କରେ ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ଓ ନିର୍ଦ୍ଧେଶକଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ସଂକ୍ରାନ୍ତରେ କୌଣସି ପଦକ୍ଷେପ ନ ନେଇ ପୁନଃ କାଉନସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟ ବିଭାଗର କୋଟି କୋଟି ଜନତାଙ୍କ ସ୍ୱାସ୍ଥ୍ୟ ସେବା ଅଧିକାରକୁ ଛଡ଼ାଇ ନେଉଛି ଏବଂ ଅପେକ୍ଷାରତ ଏ.ଏନଏମ୍ ପରିବାରଙ୍କୁ ଆର୍ଥିକ ଅନଗ୍ରସର ଆଡ଼କୁ ଠେଲି ଦେଉଛନ୍ତି । ଆଇପିଏଚଏସ୍ ନିୟମକୁ ଅଣଦେଖା କରି ଏବଂ ଏନ୍.ଏଚ୍.ଏମ୍. ନିୟମକୁ ଉଲଂଘନ କରି ସ୍ୱାସ୍ଥ୍ୟ ସେବାରେ ମାନବ ସମ୍ବଳ ଉପଯୁକ୍ତ ବ୍ୟବସ୍ଥା ନକରି ରାଜ୍ୟ ସ୍ୱାସ୍ଥ୍ୟସେବାକୁ ବିପର୍ଯ୍ୟସ୍ଥ ଆଡ଼କୁ ଚାଲିଯାଉଛି । ଦିନକୁ ଦିନ ହଜାର ହଜାର ସ୍ୱାସ୍ଥ୍ୟସେବା ଅଭାବରୁ ମୃତୁ୍ୟବରଣ କରୁଛନ୍ତି । ଅନେକ ମହିଳା ପ୍ରସୂତି ଜନିତ ସଙ୍କଟରେ ବିଚ୍ ରାସ୍ତାରେ ମୃତୁ୍ୟବରଣ କରୁଛନ୍ତି । ସର୍ବନିମ୍ନ ସ୍ୱାସ୍ଥ୍ୟସେବାକୁ ବଂଚିତ କରି ସରକାର କେଉଁ ସାମ୍ବିଧାନିକ ଦାୟିତ୍ୱ ପାଳନ କରୁଛନ୍ତି । ପ୍ରଥମେ ପୂର୍ବରୁ ଏ.ଏନ୍.ଏମ୍ ତାଲିମରେ ଉତୀର୍ଣ୍ଣ ଛାତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉ । ତା’ପରେ ପୁନଃ ନୂତନ କାଉନସେଲିଂ କରାଯାଉ । ତାଲିମ ନେବା ପାଇଁ ଆସୁଥିବା ଛାତ୍ରୀମାନଙ୍କୁ ସଂଘ ବିରୋଧ କରୁନାହିଁ, ବିରୋଧ କରୁଛି ଧନ୍ଦାମୂଳକ ତାଲିମ୍ ଶେଷ କରିବା ପରେ ଯେଉଁ ବେକାରୀ ସମସ୍ୟା ଉପୁଜୁଛି, ସେ ସମସ୍ୟାର ସମାଧାନ ଦିଗରେ ସରକାର ଅପାରଗ । ଯେଉଁ ଛାତ୍ରୀମାନେ ଧନ୍ଦାମୂଳକ ତାଲିମ୍ ନେବେ ସେମାନଙ୍କ ଭବିଷ୍ୟତ କ’ଣ? ସେମାନେ ଯେଉଁ ସମୟ ଓ ଆର୍ଥିକ ସଙ୍କଟ ଭିତରେ ଗତି କରିବେ, ସେ ଦିଗରେ ସରକାର ଦାୟୀ ରହିବେ ତ? ଯଦି ଏହା ନକରାଯାଏ, ଆଗାମୀ ଦିନରେ ଓଡ଼ିଶା ବନ୍ଦ କରାଯିବ ଏବଂ ସମସ୍ତ ନୋଡ଼ାଲ କାଉନସେଲିଂ ସେଂଟରରେ ତାଲା ପକାଇ ଦିଆଯିବ । ଏହା ସଂଘର ଅନ୍ତିମ ଚେତାବନୀ ।
ଏଣୁ ଦିଆଯାଇଥିବା ସମସ୍ତ ବିଷୟରେ ଗୁରତର ସହିତ ବିଚାର କରି ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଉ ଓ ନୀରିହ ଗରିବ ଶ୍ରେଣୀର ଲୋକମାନଙ୍କୁ ଆତ୍ମ ନିଯୁକ୍ତ ନାମରେ ଠକିବା ବନ୍ଦ କରାଯାଉ । ନଚେତ୍ ଆଗାମୀ ଦିନରେ ଏହା ଏକ ବଡ଼ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଆଜିର ପ୍ରତିବାଦ ସଭାରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦିକା ସଂଯୁକ୍ତା ସାହୁ, କାର୍ଯ୍ୟକାରିଣୀ ସଭାପତି ବିଷ୍ଣୁପି୍ରୟା ଖଣ୍ଡାଇ, ଜଗତସିଂହପୁର ଜିଲ୍ଲା ସଭାପତି ସୋନାଲି ମହାନ୍ତି, ପ୍ରାଚୀ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର