କେନ୍ଦ୍ରାପଡା,୨୫/୧୦/୨୦୧୯(ଓଡ଼ିଶା ସମାଚାର)-ତୁଳସୀ ଚେତନା ପରିଷଦର ଏକ ସାଧାରଣ ପରିଷଦ ବୈଠକ ପରିଷଦର କାର୍ଯ୍ୟାକାରୀ ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଗୋପସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆସନ୍ତା ନଭେମ୍ବର ମାସ ୯ତାରିଖରେ ତୁଳସୀ ବିବାହ ଓ କନ୍ଦରାସୁର ବଧ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତୁଳସୀ ବିବାହ ଓ କନ୍ଦରାସୁର ବଧ ଉସôବ ନିମନ୍ତେ କି କି ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଆଉ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ପରିଷଦର କର୍ମକର୍ତା ଓ ସଦସ୍ୟ ଫକିର ଚରଣ ଖଟୁଆ, କୃଷ୍ଣ ଚନ୍ଦ୍ର ନାୟକ, ସୁଧାଂଶୁ ଶେଖର ପଣ୍ଡା, ଶଙ୍କର୍ଷଣ ପଣ୍ଡା, ପାର୍ବତୀ ନାୟକ, ପ୍ରକାଶ ଚନ୍ଦ୍ର ପରିଡା, ସମୀର କୁମାର ଚାନ୍ଦ, ହିମାଂଶୁ ପଣ୍ଡା, ନୃସିଂହ ପତ୍ରୀ, ବାସୁଦେବ ଦାସ, ଦେବେନ୍ଦ୍ର ରାଉତ, ଚକ୍ରଧର ସାହୁ, ହେମନ୍ତ ମଳିକ, ହୃଷିକେଶ ସାହୁ, ସୁବାଷ ପାତ୍ର, ନୃସିଂହ ଚରଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର