Monday , October 18 2021
Breaking News
Home / ବିଶେଷ / ଜନ ନିଷ୍କାସନରେ ସମସ୍ୟା, ରାସ୍ତା ଉପରେ ପାଣି  

ଜନ ନିଷ୍କାସନରେ ସମସ୍ୟା, ରାସ୍ତା ଉପରେ ପାଣି  

ଗରଦପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ଗତ ତିନି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଟକୁରା ଅଂଚଳର ଅନେକ ସ୍ଥାନରେ ବର୍ଷା ପାଣି ଭରି ରହିଛି । ଏହି ଲଗାଣ ବର୍ଷା ଫଳରେ କେତେକ ସ୍ଥାନରେ ଗ୍ରାମ୍ୟ ରାସ୍ତା ବୁଡି ପାଣି ଚାଲୁଥିବାର ଦେଖାଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଗ୍ରାମର ନୂଆପଡା ବଜାର ଠାରୁ ନୂଆପଡା ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୩ଶହ ମିଟରର ଢଳେଇ ରାସ୍ତା ବର୍ଷା ପାଣିରେ ବୁଡି ରହିଛି । ଏହି ଢଳେଇ ରାସ୍ତାର ଉଭୟ ପାଶ୍ୱର୍ରେ ଦଳ ଭର୍ତି ପୋଖରୀ ରହିଛି । ଏହି ସ୍ଥାନରୁ ଉଦ୍ବୃତ ବର୍ଷା ପାଣି ନିଷ୍କାସନ ହୋଇ ପାରୁ ନାହିଁ ,ଫଳରେ ରାସ୍ତା ଉପରେ ବର୍ଷା ପାଣି ଦୀର୍ଘ ସମୟ ଧରି ଜମି ରହୁଛି । ଏହି ରାସ୍ତା ମଧ୍ୟ ଦେଇ ନୂଆପଡା  ସ୍କୁଲକୁ ପିଲାମାନେ ପାଠପଢିବା ପାଇଁ ଯାତାୟତ କରିଥାଆନ୍ତି । ଏହି ବିଦ୍ୟାଳୟରେ ୧ମ ଶ୍ରେଣୀ ଠାରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠ ପଢୁଥିବାେବେଳେ, ବିଦ୍ୟାଳୟ ପରିସରରେ ଥିବା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରକୁ ମଧ୍ୟ ଛୋଟ ଛୋଟ ପିଲାମାନେ ଯାତାୟତ କରିଥାଆନ୍ତି । ସେହିପରି ଗ୍ରାମର ୩୦ ଗୋଟି ସଂଖ୍ୟାଲଘୁ ପରିବାରମାନଙ୍କ ସହିତ ମୋଟ ୬୦ ଗୋଟି ପରିବାର ବସବାସ କରୁଥିବାରୁ ଏହି ଢଳେଇ ରାସ୍ତା ଉପରେ ଥିବା ପାଣିରେ ପଶି ଦୈନିକ ନୂଆପଡା ବଜାରକୁ ଯିବା ଆସିବା କରିଥାଆନ୍ତି । ଏହି ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଜମି ରହୁଥିବାରୁ ଏଠାରୁ ପାଣି ନିଷ୍କାସନ କରାଯିବା ପାଇଁ ଗୋଟିଏ କଲଭର୍ଟ ନିର୍ମାଣ କରାଯିବା ସହିତ ନିର୍ମିତ ହୋଇଥିବା ଢଳେଇ ରାସ୍ତାକୁ ଉଚ୍ଚା ଓ ରାସ୍ତାକୁ ସଂମ୍ପ୍ରସାରଣ କରାଯିବା ପାଇଁ ପଦ୍ମପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି,ହେମନ୍ତ କୁମାର ସେଠୀ,କୈଳାଶ ଚନ୍ଦ୍ର ବେହେରା,ଇଶ୍ୱର ଚନ୍ଦ୍ର ବେହେରା,ପରିକ୍ଷିତ ବେହେରା, କ୍ଷିରୋଦ ଚନ୍ଦ୍ର ସାହୁ ପ୍ରମୁଖ ଗ୍ରାମର ଲୋକମାନେ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି । ସେହିପରି ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷାପାଣି ନିଷ୍କାସନ ନହୋଇପାରି ଛିଡ଼ା ହୋଇଥିବାବେଳେ ହରିହର ପାଠାଗାର ସମ୍ମୁଖ ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଛି । ସେହିପରି ଏହି ପଂଚାୟତର ତେଣ୍ଡାକୁଡ଼ା – ବିଲହାଟ ମୁଖ୍ୟରାସ୍ତାର ଇଦଗା ପାଖ ରାସ୍ତାରେ ରାସ୍ତା ପାଶ୍ୱର୍ରେ ଥିବା ଏକ ପୋଖରୀରେ ବର୍ଷାପାଣି ଭର୍ତିହେବା ପରେ ରାସ୍ତା ଉପରେ ବର୍ଷାପାଣି ପ୍ରବାହିତ ହେଉଛି । ଓଡ଼ିଶା ସମାଚାର

About admin

Check Also

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ …

Leave a Reply

Your email address will not be published. Required fields are marked *