Sunday , October 1 2023
Home / ବିଶେଷ /  କାଳୀ ପୂଜା ପାଇଁ ପ୍ରସ୍ତୁତି  ଜୋରଦାର  

 କାଳୀ ପୂଜା ପାଇଁ ପ୍ରସ୍ତୁତି  ଜୋରଦାର  

ଗରଦପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ଠାରେ ଦୀର୍ଘ ବର୍ଷରୁ ପାରମ୍ପାରିକ ଭବରେ ମା’ ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ପୂଜା  ମା’ ଶ୍ୟାମା କାଳୀ ପୂଜା ଉତ୍ସବ ପାଇଁ ଆୟୋଜକମାନେ ପ୍ରସ୍ତୁତି ଚଳାଇଥିବାବେଳେ, ହଠାତ୍ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପୂଜା ପାଇଁ ପ୍ରସ୍ତୁତିରେ କିଛିଟା ପ୍ରଭାବ ପକାଇଥିଲା । ଆଜି ପାଗରେ ସାମାନ୍ୟ ପରିବର୍ତନ ହୋଇଥିବାରୁ ଆୟୋଜକମାନେ ପୂଜା ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର ଭାବରେ ଆଗେଇ ନେଇଥିବାର ଦେଖିବାକୁ ମିଳିଛି । ପୂଜା ମଣ୍ଡପରେ ମୂର୍ତୀ ନିର୍ମାଣ ଚାଲିଥିବାବେଳେ,ବଜାର ସାଜସଜ୍ଜା କାର୍ଯ୍ୟ ଦୃତଭାବରେ ଆଗେଇ ଚାଲିଛି । ଆସନ୍ତା ରବିବାର ଦିନ ମା’ଙ୍କର ପୂଜା ଉତ୍ସବ ଆରମ୍ଭ ହେବା ସହିତ ଏହି ପୂଜା ସପ୍ତାହ ବ୍ୟାପି ଅନୁଷ୍ଠିତ କରାଯିବା କାର୍ଯ୍ୟକ୍ରମ ରହିଥିବା ସମ୍ପର୍କରେ ପୂଜା କମିଟି ସଭାପତି ହେମନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ପାଟକୁରା ଅଂଚଳର ଏହି ସ୍ଥାନରେ ଦୀର୍ଘ ବର୍ଷରୁ ମା’ ଶ୍ୟାମା କାଳୀଙ୍କର ପୂଜା   ଅନୁଷ୍ଠିତ ହୋଇ ଆସୁଛି । ଏହି ପୂଜାକୁ ଦେଖିବା ପାଇଁ ସ୍ଥାନୀୟ ଆଖପାଖ ଅଂଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଏଠାରେ ଏକତ୍ରୀତ ହୋଇ ଥାଆନ୍ତି ।  ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯିବାର ଯୋଜନା ରହିଥିବା ସମ୍ପର୍କରେ ସଭାପତି ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *