ଭୁବନେଶ୍ୱର,୨୫/୧୦/୨୦୧୯(ଓଡ଼ିଶା ସମାଚାର)- ଜମ୍ମୁ-କାଶ୍ମୀରର ନୂଆ ଉପ-ରାଜ୍ୟପାଳ ହେଲେ ଓଡ଼ିଆ ପୁଅ । ୧୯୮୫ ମସିହା ବ୍ୟାଚର ଗୁଜୁରାଟ ଆଇଏଏସ କ୍ୟାଡର ଗୀରିଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଗିରୀଶଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ । ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଏଠାକାର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ମିଳିଛି। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୟୂରଭଞ୍ଜ ବେତନଟୀ ବାସିନ୍ଦା ଗିରୀଶ ଚନ୍ଦ୍ର ମୁର୍ମୁ ପୂର୍ବରୁ ଗୁଜରାଟ କ୍ୟାଡର ଆଇଏଏସ ଅଧିକାରୀ ଥିଲେ। ଏହାସହ ସେ କେନ୍ଦ୍ର ଅର୍ଥମନ୍ତ୍ରାଳୟରେ ବିନିଯୋଗ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ମଧ୍ୟ ୨ ଜଣ ଓଡ଼ିଆ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି। ବିଶ୍ୱଭୁଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଏବଂ ଦୌପଦୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ସମାଚାର
Check Also
ଭତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ
କେନ୍ଦ୍ରାପଡ଼ା, ୨୬/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ଗ୍ରାମର ରୋଗଗ୍ରସ୍ତ ବାପ ଓ ଝିଅ …