Monday , October 2 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଗଂଜାମ ଜିଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା

ସଂକ୍ଷେପରେ ତାଜା ଖବର : ଗଂଜାମ ଜିଲାରେ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା

ଗଂଜାମ ,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଲଘୁଚାପ ଜନିତ ଅନବରତ ବର୍ଷା ଯୋଗୁ ଗଂଜାମ ଜିଲାରେ ରାସ୍ତା ଘାଟ ସବୁ ବୁଡ଼ିଯାଇଛି । ଅନେକ ସ୍ଥାନରେ ଲୋକେ ଜଳବନ୍ଦି ହୋଇଛନ୍ତି । ବର୍ଷାର ପ୍ରକୋପ ବୃଦ୍ଧିକୁ ଲକ୍ଷକରି ଗୁରୁବାର ଜିଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ବିଦ୍ୟାଳୟ ଗୁଡ଼ିକ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇ ପାରେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *