ବରଗଡ଼,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଆଜି ବିଜେପୁର ନିର୍ବାଚନ ର ଭୋଟ ଗଣତି ଆରମ୍ଭ ହୋଇଛି । ଶାସକ ବିଜେଡ଼ି ର ରୀତା ସାହୁ, ବିଜେପି ର ଦନତ ଗଡ଼ତିଆ ଓ କଂଗ୍ରେସ ର ଦିଲିପ ପଣ୍ଡା ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି । ବର୍ତମାନ ହସ୍ତଗତ ହୋଇଥିବା ୪ର୍ଥ ରାଉଣ୍ଡ ଗଣତି ଶେଷ ରେ ଶାସକ ବିଜେଡ଼ିକୁ ୩୧,୨୮୬ ଟି ଭୋଟ ମିଳିଥିବାବେଳେ ବିଜେପି କୁ ୭,୯୨୧ ଟି ଓ କଂଗ୍ରେସକୁ ୧,୧୧୫ ଟି ଭୋଟ ମିଳିଛି । ଓଡ଼ିଶା ସମାଚାର