Friday , September 29 2023
Breaking News
Home / ରାଜନୀତି / ପାଟକୁରା ବିଧାୟିକାଙ୍କ ପଦଯାତ୍ରା ଓ ଶିଳାନ୍ୟାସ

ପାଟକୁରା ବିଧାୟିକାଙ୍କ ପଦଯାତ୍ରା ଓ ଶିଳାନ୍ୟାସ

ଗରଦପୁର,୨୪/୧୦/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଗତକାଲି ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଓ ବନ୍ତଳା ପଂଚାୟତରେ ପଦଯାତ୍ରା କରିବା ସହିତ କେତେକ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ବପିଜେଡ଼ି ଦଳ ତରଫରୁ ଚାଲିଥିବା ପଦଯାତ୍ରା କ୍ରମରେ ଗତକାଲି ଦଳ ତରଫରୁ ତଳକୁସୁମା ପଂଚାୟତର ଚାରିଛକରୁ ବନ୍ତଳା ପଂଚାୟତ ଅଫିସ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟିକା ଶ୍ରୀମତୀ ଅଗ୍ରୱାଲା ଯୋଗଦେଇ ବିଭିନ୍ନ ଜନସାଧାରଣଙ୍କୁ ଭେଟି ସେମାନଙ୍କର ସମସ୍ୟା ପଚାରି ବୁଝିବା ସହିତ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବନ୍ତଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ନବ ନିର୍ମିତ ଅଙ୍ଗନୱାଡ଼ି ଳେନ୍ଦ୍ର ଗୃହ ଉଦଘାଟନ କରିଥିଲେ । ସେହିପରି ଭୁଆଶୁଣି ଠାକୁରାଣୀ ପିଠରେ ଏକ କମ୍ୟୁନିଟି ସେଂଟର ର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ବନ୍ତଳା ଗ୍ରାମରେ ଏକ ଢ଼ଳେଇ ରାସ୍ତା ଓ ପୁରୁଣା ଗୋପିନାଥପୁରରେ ଏକ ଅଙ୍ଗନୱାଡ଼ି କେନ୍ଦ୍ରର ଶିଳାନ୍ୟାସ କରାଯାଇଥିଲା । ସବୁଜ ବନାନୀ କାର୍ଯ୍ୟକ୍ରମରେ ବାଣକୁନ୍ଦସ୍ଥିତ ମା ବଜ୍ରକାଳି ପିଠରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସହକାରୀ ଯନ୍ତ୍ରୀ ସୁଧିର ବେହେରା, ବିଧାୟିକାଙ୍କ ପୁତ୍ର ସଂଜୟ ଅଗ୍ରୱାଲା, ନାରାୟଣ ସ୍ୱାଇଁ, ଦିଲିପ କୁମାର ସେଠୀ, ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି, ବ୍ଲକ୍ ମହିଳା ସଭାନେତ୍ରୀ ସୁଜାତା ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ପୂର୍ବତନ ସରପଂଚ ଅଶୋକ ଜେନା, ପ୍ରହଲାଦ ସାହୁ, ରଂଜିତ ନାୟକ, ବୁଲୁ ସ୍ୱାଇଁ, ଆଇଟି ସଂଯୋଜକ ଆଲୋକ ମାହାଳି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *