Sunday , October 17 2021
Breaking News
Home / ବିଶେଷ / ଦଳିତ ବର୍ଗର ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ – ଏସପିଙ୍କୁ ଭେଟିଲେ ସୂଚନା ଅଧିକାର ଅଭିଯାନର କର୍ମକର୍ତା

ଦଳିତ ବର୍ଗର ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ – ଏସପିଙ୍କୁ ଭେଟିଲେ ସୂଚନା ଅଧିକାର ଅଭିଯାନର କର୍ମକର୍ତା

କେନ୍ଦ୍ରାପଡା ୨୪/୧୦/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲାର ପାଟକୁରା ଥାନା ଅଚଂଳରେ ଜନୈକ ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ସାନବେତରା ଗ୍ରାମର କାର୍ତିକ ସେଠୀ ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କୁ କେତେକ ଦୁର୍ବୃତ ଗତ ରବିବାର ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ କରିଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅଧିକାର କର୍ମୀ ଶ୍ରୀ ସେଠୀ ମଧୁଶାସନ ପଂଚାୟତର କେତେଗୁଡିଏ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ଗରଦପୁର ବ୍ଲକ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ । ଏଥିରେ ପ୍ରତିହିଂସା ପରାୟଣ ହୋଇ ସଂପୃକ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ସହିତ ଲିପ୍ତଥିବା ଦେବଦତ ମହାନ୍ତି,ସୁଦୀପ ମହାନ୍ତି, ଅନନ୍ତ ଜେନା ଓ ଶରତ ବେହେରା ପ୍ରମୁଖ କେତେକ ବ୍ୟକ୍ତି ଗତ ରବିବାର କାର୍ତିକଙ୍କୁ ରାସ୍ତାରେ ଦେଖିବା ମାତ୍ରେ ତାଙ୍କ ଜାତିଗୋତ୍ର ନେଇ ଗାଳିଗୁଲଜ କରିବାରେ କାର୍ତିକ ପ୍ରତିବାଦ କରନ୍ତେ ସେମାନେ ସଙ୍ଘବଦ୍ଧ ହୋଇ କାର୍ତିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କାର୍ତିକ ନିଜ ଜୀବନ ବଂଚାଇବାକୁ ଦୈାଡି ଯାଇ ନିକଟରେ ଥିବା ଏକ ଦୋକାନ ଘରଭିତରେ ପଶିଯିବାରୁ ଦୁର୍ବୃତମାନେ ଛାଡିଦେଇ ଚାଲିଯାଇଥିଲେ । ଏ ସମ୍ପର୍କରେ କାର୍ତିକ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ନଂ ୩୨୨/୨୦୧୯ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୧୪୭, ୩୪୧, ୨୨୩, ୨୯୪, ୫୦୬, ୧୪୯, ୩ଆଇ.ଆର.ଏସ, ୨(ଭିଏ)ଏସସି, ଏସଟି(ପିଓଏ)ଆକ୍ଟରେ ମାମଲା ଦାୟର ହୋଇଥିବା ସୂଚନା ମିଳିଛି । ଏସମ୍ପର୍କରେ ସ୍ଥାନୀୟ ଦଳିତ ବର୍ଗର ନେତୃତ୍ୱ ଏବଂ ସୂଚନା ଅଧିକାର ଅଭିଯାନର କର୍ମକର୍ତାମାନେ ଏସପି ନୀତି ଶେଖରଙ୍କୁ ଭେଟି ଅଭିଯୋଗ କରିବା ପରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଏସପି ଏଚ.ଆର.ପି.ସି.ଡିଏସପିଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଉତରପ୍ରଦେଶରେ “ହୁନର ହାଟ”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

“ହୁନର ହାଟ”ସ୍ୱଦେଶୀ ସାମଗ୍ରୀକୁ ବଡ ବ୍ୟବସାୟିକ ପେଣ୍ଠସ୍ଥଳିରେ ପରିଣତ କରିବ- ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ/ଭୁବନେଶ୍ୱର, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତବର୍ଷରେ ସ୍ୱଦେଶୀ …

Leave a Reply

Your email address will not be published. Required fields are marked *