Tuesday , October 19 2021
Home / ବିଶେଷ / ଆର୍.ଆର୍.ଟି.ସି ପକ୍ଷରୁ ବାର୍ଦ୍ଧକ୍ୟ ଅବସ୍ଥାରେ ଦିଆଯାଉଥିବା ଯତ୍ନ ସମ୍ପର୍କୀୟ ତିନି ଦିନିଆ ପ୍ରଶିକ୍ଷଣ ଉଦ୍ଯାପିତ

ଆର୍.ଆର୍.ଟି.ସି ପକ୍ଷରୁ ବାର୍ଦ୍ଧକ୍ୟ ଅବସ୍ଥାରେ ଦିଆଯାଉଥିବା ଯତ୍ନ ସମ୍ପର୍କୀୟ ତିନି ଦିନିଆ ପ୍ରଶିକ୍ଷଣ ଉଦ୍ଯାପିତ

ଭୁବନେଶ୍ୱର ,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଏନ୍.ଆର୍.ସି.ଡବ୍ଲ୍ୟୁ.ଡି ଦ୍ୱାରା ପରିଚାଳିତ ଆର୍.ଆର୍.ଟି.ସି ତରଫରୁ ରାଷ୍ଟ୍ରୀୟ ସାମାଜିକ ପ୍ରତିରକ୍ଷା ସଂସ୍ଥାନ, ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ,ଭାରତ ସରକାରଙ୍କ ସହଯୋଗରେ ଭୂବନେଶ୍ୱରର ଲୁମ୍ବିନୀବିହାରସ୍ଥିତ ଆର୍.ଆର୍.ଟି.ସି ପ୍ରଶିକ୍ଷଣ ଗୃହରେ ବାର୍ଦ୍ଧକ୍ୟ ଜନିତ ଯତ୍ନ ସମ୍ପର୍କୀତ ଚାଲିଥିବା ଏକ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କୁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନାଗେଶ୍ୱର ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଶ୍ରୀମତୀ ଲିତା ପ୍ରହରାଜଙ୍କ ଦ୍ୱାରା ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିଥିଲା । ଏହି ଅବସରରେ ଆର୍.ଆର୍.ଟି.ସି ତରଫରୁ ଅଭିଜ୍ଞ ରିସୋର୍ସ ପର୍ସନଙ୍କ ଦ୍ୱାରା ପ୍ରଶିକ୍ଷଣର ବିଷୟବସ୍ତୁଗୁଡିକ ଅତି ପ୍ରାଞ୍ଜଳ ଭାବେ ପ୍ରଶିକ୍ଷାର୍ଥୀମାନଙ୍କୁ ପାୱାର ପଏନ୍ଟ ମାଧ୍ୟମରେ ଶିକ୍ଷାଦାନ କରାଯାଇଥିଲା । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରେ ସାରା ଓଡିଶାରେ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ,ଭାରତ ସରକାରଙ୍କ ସହଯୋଗରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା କାର୍ଯ୍ୟରତଥିବା ବରିଷ୍ଠ ନାଗରିକ ଆବାସରେ କାର୍ଯ୍ୟକରୁଥିବା ୨୫ଜଣ ପରିଚାଳକ / ପରିଚାଳିକା, ସାମାଜିକ କର୍ମୀ ଓ ପରାମର୍ଶଦାତାମାନେ ଯୋଗଦାନ କରିଥିଲେ । ପ୍ରଶିକ୍ଷଣର ଶେଷଦିନରେ ସେମାନଙ୍କୁ ପ୍ରମାଣପତ୍ର ଆବଂଟନ କରାଯିବା ସହିତ ସେମାନଙ୍କଠାରୁ କାର୍ଯ୍ୟକ୍ରମ ସମ୍ପର୍କୀତ ମତାମତ ଗ୍ରହଣ କରାଯାଇଥିଲା । ଶେଷରେ ଆର୍.ଆର୍.ଟି.ସିର ସଂଯୋଜିକା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡିଶା ଗୋ ପ୍ରେମୀ ସାମୁହିକ ସଙ୍ଗଠନ ଆଇନ ବିଭାଗର ଚତୁର୍ଥ ବାସ୍ତବ ବୈଠକ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଗୋ ରକ୍ଷା ଆଇନ ବିଭାଗ ଏହାର ଚତୁର୍ଥ ବାସ୍ତବ ବୈଠକ ଗୁଗୁଲ୍ ମିଟ ମାଧ୍ୟମରେ ଆୟୋଜନ କରିଛି  …

Leave a Reply

Your email address will not be published. Required fields are marked *