Monday , October 18 2021
Breaking News
Home / ବିଶେଷ / ଅଢ଼େଇ ମାସ ଶିଶୁ କନ୍ୟାର ଅସ୍ୱାଭାବିକ ମୁଣ୍ଡ ବୃଦ୍ଧି  – ଅର୍ଥାଭାବରୁ ହୋଇ ପାରୁନି ଶିଶୁ କନ୍ୟାର ଚିକିତ୍ସା

ଅଢ଼େଇ ମାସ ଶିଶୁ କନ୍ୟାର ଅସ୍ୱାଭାବିକ ମୁଣ୍ଡ ବୃଦ୍ଧି  – ଅର୍ଥାଭାବରୁ ହୋଇ ପାରୁନି ଶିଶୁ କନ୍ୟାର ଚିକିତ୍ସା

ସାଲେପୁର,୨୪/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ରାଜ୍ୟ ସରକାର ଗ୍ରାମାଂଚଳରେ  ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବ୍ୟାପକ ବ୍ୟୟ ଅଟକଳରେ ମାଳମାଳ ଯୋଜନା କରୁଛନ୍ତି । ମାତ୍ର ତାହା ଠିକ୍ ଭାବେ ଗ୍ରାମାଂଚଳର ଗରିବ ଜନସାଧାରଣଙ୍କ ପାଖରେ ପହଂଚି ପାରୁନଥିବାରୁ ସେମାନେ ରୋଗ ଜର୍ଜରିତ ହୋଇ ଚିକିତ୍ସା ପାଇପାରୁ ନାହାନ୍ତି । ଫଳରେ ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣ ସ୍ୱାସ୍ଥ୍ୟସେବାରେ ଏକ ବଂଚିତ ହେଉଥିବା ବେଳେ ମହିଳା ଓ ଶିଶୁମାନେ ଆବଶ୍ୟକ ମୁତାବକ ଯଥା ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି । କଟକ ଜିଲ୍ଳାର ସାଲେପୁର ବ୍ଲକ୍ ର ପୁରୁଷୋତମପୁର ଗ୍ରାମରେ ସ୍ୱାସ୍ଥ୍ୟସେବା ଅବହେଳାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଏହି ଗ୍ରାମର ପବିତ୍ର ବଲ୍ଳଭ ରାଉତ ଓ ସସ୍ମିତା ରାଉତଙ୍କର ଅଢ଼େଇ ମାସର ଶିଶୁ କନ୍ୟା ତେଜସ୍ୱିନୀର ମୁଣ୍ଡ ଅସ୍ୱଭାବିକ ଭାବେ ବଢ଼ି ଚାଲିଛି । ଜନ୍ମ ହେଲା ବେଳେ ଶିଶୁ କନ୍ୟାଟି ସୁସ୍ଥ ଥିଲା । ଅଳ୍ପଦିନ ପରେ ଏହି ମୁଣ୍ଡ ବଢ଼ିବା ରୋଗ ଆରମ୍ଭ ହୋଇଥିଲା । ପବିତ୍ର ନିଜ କନ୍ୟାର ଚିକିତ୍ସା ପାଇଁ କଟକ ଏସ୍ ସି ବି ମେଡ଼ିକାଲ ଓ ଶିଶୁ ଭବନକୁ ନେଇ ଶିଶୁ କନ୍ୟାର ଚିକିତ୍ସା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ଏହି ରୋଗର ଚିକିସôା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଥିବାରୁ ବାଧ୍ୟ ହୋଇ ଘରକୁ ପଳାଇଆସି ଆଖିରୁ ଲୁହ ଗଡ଼ାଇ ଅସହାୟ ହୋଇ ବସିଛନ୍ତି । ପବିତ୍ର ଜଣେ ଦିନ ମଜୁରୀଆ ହୋଇଥିବାରୁ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଝିଅର ଚିକିତ୍ସା କରିବା ତାଙ୍କ ପକ୍ଷେ ସଂପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଛି । ଘରେ ଥିବା ସୁନା ଗହଣା ବିକ୍ରୀ କରି କନ୍ୟାର ସୁସ୍ଥତା ପାଇଁ ଖର୍ଚ୍ଚ କରିସାରିଛନ୍ତି । ଚିକିତ୍ସା କରିବା ପାଇଁ ତାଙ୍କ ନିକଟରେ ଆଉ କିଛି ସମ୍ବଳ ନାହିଁ । ସରକାରଙ୍କ ଠାରେ  କନ୍ୟାର ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଲିଖିତ ନିବେଦନ କରିଥିଲେ ମଧ୍ୟ ଅଦ୍ୟାବଧି କୈାଣସି ବ୍ୟବସ୍ଥା ହୋଇନାହିଁ । ପବିତ୍ରଙ୍କର ଦୁଃଖରେ ସାଇ ପଡ଼ିଶା ମଧ୍ୟ ସମଦୁଃଖୀ ହୋଇପଡ଼ିଛନ୍ତି । ପବିତ୍ରଙ୍କୁ ସରକାରୀ ଓ ବେସରକାରୀ ସାହାଯ୍ୟ ଯୋଗାଇ ଦିଆଗଲେ ନିଜ ଶିଶୁ କନ୍ୟାର ଚିକିତ୍ସା କରିପାରନ୍ତେ ଓ ଶିଶୁ କନ୍ୟାକୁ ଆରୋଗ୍ୟ ଲାଭ କରିପାରନ୍ତା । ଅସହାୟ ପବିତ୍ରଙ୍କ ଶିଶୁକନ୍ୟା ତେଜସ୍ୱିନୀର  ଚିକିତ୍ସା ପାଇଁ  ପବିତ୍ର ବଲ୍ଳଭ ରାଉତ, ଗ୍ରାମ: ପୁରୁଷୋତମପୁର, ପୋ: ଶିଶୁଆ, ଥାନା-ସାଲେପୁର, ଜିଲ୍ଳା-କଟକ, ପିନ୍-୭୫୪୨୦୨, ଓଡ଼ିଶା , ଏସ୍ ବି ଆଇ ଆକାଉଂଟ ନଂ-୩୫୩୬୮୫୫୧୪୫୧ , ଆଇ ଏଫ୍ ଏସ୍ ସି କୋର୍ଡ଼ ନଂ: ଏସ୍ ବି ଆଇ ଏନ୍ ୦୦୦୩୯୪୨ ରେ ଡ଼ିପୋଜିଟ କରିପାରିବେ ଓ  ମୋବାଇଲ ନଂ: ୯୦୯୦୭୪୩୬୫୪ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *