Wednesday , October 20 2021
Breaking News
Home / ତାଜା ଖବର / ରେଳଷ୍ଟେସନରୁ ଗେଞ୍ଜଇ ଜବତ, ୨ ଗିରଫ

ରେଳଷ୍ଟେସନରୁ ଗେଞ୍ଜଇ ଜବତ, ୨ ଗିରଫ

ରାୟଗଡ଼ା, ୨୩/୧୦/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ରେଳ ଷ୍ଟେସନକୁ ୨୧ କେଜି ୬୦୦ ଗ୍ରାମ ଗେଞ୍ଜଇ ଜବତ ହେବା ସହ ରେଳବାଇ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଜବତ ଗେଞ୍ଜଇର ଆନୁମାନିକ ମୁଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ରେଳବାଇ ପୁଲିସ ପ୍ରକାଶ କରିଛି । ଉକ୍ତ ଗେଞ୍ଜଇକୁ ମାଜିଷ୍ଟ୍ରେଟ ନିର୍ମଳ ଚନ୍ଦ୍ର ସାହୁଙ୍କୁ ଉପସ୍ଥିତିରେ ଜବତ କରାଯାଇଥିଲା । ରେଳବାଇ ସୁରକ୍ଷା ବଳ ଆଇ.ଆଇ.ସି ଡି.ଏନ.ତ୍ରିଲୋକ ଓ ଏସ.ଆଇ ସରୋଜ କୁମାର ବାରିକ ଯାଂଚ କରିବା ସମୟରେ ୧ନମ୍ବର ପ୍ଲାଟଫର୍ମରେ ସନ୍ଦେହଜନକ ଭାବେ ବୁଲୁଥିବା ୨ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ଅଧିକ ପଚରାଉଚରା କରିଥିଲେ । ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତର ନ ମିଳିବାରୁ ପୁଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା । ପୁଲିସ ସେମାନଙ୍କୁ ଥାନାକୁ ଆଣି ତଦନ୍ତ କରିଥିଲେ । ତଦନ୍ତ ସମୟରେ ସେମାନଙ୍କ ନିକଟରେ ୩ଟି ପ୍ୟାକେଟ ଗେଞ୍ଜଇ ଥିବା ଜଣାପଡିଥିଲା । ଜବତ ଗେଞ୍ଜଇ କୋରାପୁଟ ଓ ସିମିଳିଗୁଡ଼ା ଅଂଚଳରୁ ଅଣାଯାଇ ରାଉରକେଲା ଚାଲାଣ କରିବା ପାଇଁ ୨ଯୁବକ ଯୋଜନା କରିଥିଲେ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଗିରଫ ୨ ଯୁବକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୀମାଖାଲ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ମଧ୍ୟପ୍ରଦେଶ ରାଜ୍ୟ ନିବାରୀ ଜିଲ୍ଲାର ବୋଲି ଜଣାପଡିଛି । ରେଳବାଇ ପୁଲିସ ୨ଜଣଙ୍କ ବିରୁଦ୍ଧରେ ଧାରା ୨୦ (ବି) ଏନ.ଡି.ପି.ଏସ ଆକ୍ଟରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଓଡ଼ିଶା ସମାଚାର

About admin

Check Also

ମାଟି ଖୋଳି ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ୍ – ତାହା ନିଖୋଜ ଅଧ୍ୟକ୍ଷା ଙ୍କର କି ଅନ୍ୟ କାହାର ଜଣାପଡ଼ିନାହିଁ

କଳାହାଣ୍ଡି,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ନିଖୋଜ ଘରୋଇ କଲେଜ ଅଧ୍ୟକ୍ଷା ମମତା ମେହେର ଙ୍କ ପତା ପାଉନି ପୋଲିସ୍ । ଗତକାଲି ରାତିରୁ …

Leave a Reply

Your email address will not be published. Required fields are marked *