Friday , October 29 2021
Home / ବିଶେଷ / ଭୁବନେଶ୍ୱରରେ ୭ ହଜାର ଶାଳଗ୍ରାମ – ଭକ୍ତମାନେ ଖୋଲା ଦର୍ଶନ ପାଇପାରିବେ

ଭୁବନେଶ୍ୱରରେ ୭ ହଜାର ଶାଳଗ୍ରାମ – ଭକ୍ତମାନେ ଖୋଲା ଦର୍ଶନ ପାଇପାରିବେ

ଭୁବନେଶ୍ୱର,୨୩/୧୦/୨୦୧୯(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ତତ୍ୱାବଧାନରେ ଗତ ୧୫ ତାରିଖ ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିରଠାରୁ ନେପାଳର ପଶୁପତିନାଥ ମନ୍ଦିର ପର୍ଯ୍ୟନ୍ତ ଏକ ମୈତ୍ରୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନେପାଳ ଉପକଣ୍ଠରେ ବହୁ ସାଧୁ ସନ୍ଥ ଓ ରାଜନୈତିକ ବ୍ୟକ୍ତିବିଶେଷ ମୈତ୍ରୀ ଯାତ୍ରାକୁ ସ୍ୱାଗତ କରିଥିଲେ । ମୁକ୍ତିନାଥ ଓ କାଳୀଗଣ୍ଡୁକି ଭଳି ପ୍ରସିଦ୍ଧ ମନ୍ଦିରମାନଙ୍କରୁ ୭ ହଜାର ଦିବ୍ୟ ଶ୍ରୀ ଶାଳଗ୍ରାମ ସଂଗ୍ରହ କରି ଓଡ଼ିଶା ଆଣିବାରେ ସମର୍ଥ ହୋଇଛନ୍ତି ସ୍ୱାମୀ ଦିବ୍ୟାନନ୍ଦ ଗିରି । ଆସନ୍ତା କାଲି ସକାଳ ୬ଟା ବେଳେ ଛତିଆସ୍ଥିତ ଉଦାସୀନ ଆଶ୍ରମରେ ଶ୍ରୀ ଶାଳଗ୍ରାମାନେ ପହଂଚିବେ ଓ ସେଠାରୁ ଯଜ୍ଞାନୁଷ୍ଠାନ ପୂର୍ବକ ଶାଳଗ୍ରାମମାନଙ୍କୁ ଶୋଧନ ଓ ପୂଜାର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ଭୁବନେଶ୍ୱର ଅଣାଯିବ । ଅପରାହ୍ନ ୪ଟା ବେଳେ ବାଣୀବିହାର ଛକ ଠାରୁ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାନଟିନ, କଳ୍ପନା, ରବି ଟକିଜ୍, ସାମନ୍ତରାପୁର ଦେଇ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ପହଂଚିବ । ୨୫ ଓ ୨୬ ଦୁଇଦିନ ଧରି ଶାଳଗ୍ରାମ ପ୍ରତିଷ୍ଠା ଉତ୍ସବ ପାଳିତ ହେବ । ପ୍ରତିଷ୍ଠା ଉତ୍ସବ ପରେ ଶାଳଗ୍ରାମଗୁଡ଼ିକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଶାଳଗ୍ରାମ ପୂଜା ପାଇଁ ପ୍ରତିଦିନ ରୁଦ୍ରାଭିଷେକ ଅନୁଷ୍ଠିତ ହେବ ।

ନେପାଳ ଯାତ୍ରା ସମୟରେ ଶ୍ରୀଜଗନ୍ନାଥ ଧାମରୁ ଯାଇଥିବା ଚତୁର୍ଦ୍ଧା ମୂର୍ତୀ ବିଗ୍ରହ ଶ୍ରୀ ପଶୁପତିନାଥ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ସମର୍ପଣ କରାଯାଇଛି । ଏହି ଜଗନ୍ନାଥ ମୂର୍ତିୀ ପ୍ରତିଷ୍ଠା ଉତ୍ସବ ଡ଼ିସେମ୍ବର ମାସରେ ନେପାଳରେ ଅନୁଷ୍ଠିତ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଇଂଟର ନ୍ୟାସନାଲ ସେଂଟରର ଅଧ୍ୟକ୍ଷ ପରେଶ ନାୟକ ନେପାଳ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ମୁକ୍ତି ମଣ୍ଡପର ସଭାପତି ପଣ୍ଡିତ ବିଶ୍ୱନାଥ ମିଶ୍ର, ଡ. ପ୍ରଫୁଲ୍ଲ ରଥ ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶାଳଗ୍ରାମର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତବର୍ଷରେ ଏତେ ସଂଖ୍ୟକ ଶାଳଗ୍ରାମ ପ୍ରଥମଥର ପାଇଁ ଓଡ଼ିଶାରେ ସାମୂହିକ ଦର୍ଶନ ପାଇଁ ସ୍ଥାପନା କରାଯାଇଛି । ଭକ୍ତମାନେ ଶ୍ରୀ ଶାଳଗ୍ରାମକୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିବା ପାଇଁ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ଓଡ଼ିଶା ତଥା ଭାରତବାସୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *