Friday , October 22 2021
Home / ବିଶେଷ / ପାରାଦ୍ୱୀପରେ ସ୍ଥାୟୀ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ ଯୁବ ଇଂଜିନିୟର୍ସ ସଂଘର ସ୍ମାରକ ପତ୍ର ପ୍ରଦାନ

ପାରାଦ୍ୱୀପରେ ସ୍ଥାୟୀ ପ୍ରଦୂଷଣ ନିୟନ୍ତ୍ରଣ ଦାବିରେ ଯୁବ ଇଂଜିନିୟର୍ସ ସଂଘର ସ୍ମାରକ ପତ୍ର ପ୍ରଦାନ

ପାରାଦ୍ୱୀପ,୨୩/୧୦/୨୦୧୯(ଓଡ଼ିଶା ସମାଚାର)-ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ସ୍ଥାୟୀ ନିୟନ୍ତ୍ରଣ ଦାବିରେ ପାରାଦ୍ୱୀପ ଯୁବ ଇଂଜନିୟର୍ସ ସଂଘ ପକ୍ଷରୁ ମଙ୍ଗଳବାର ଦିନ ଏକ ପ୍ରତିବାଦକ ସୂଚକ ମୌନ ପଦଯାତ୍ରା କରାଯାଇଥିଲା । ସଂଘର ସଭାପତି ଲକ୍ଷ୍ମୀ ପ୍ରସାଦ ବେହେରା, ଉପସଭାପତି ସମର୍ପଣ ଓଝା, ସାଧାରଣ ସଂପାଦକ ସରୋଜ କୁମାର ଦାସ ଓ ମଳୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ସଂଘର ସମସ୍ତ ସଦସ୍ୟ ଅଠରବାଙ୍କୀ ଛକ ଠାରୁ ଏହି ପଦଯାତ୍ରାରେ ସାମିଲ ହୋଇ ଗାନ୍ଧୀ ଛକ ଟିକଟସ୍ଥ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ସେଠାରେ ଏହି ସମସ୍ୟାଜନିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ସଂଘର ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପାରାଦ୍ୱୀପ ଶିଳ୍ପାଳରେ ପରିବେଶ ପ୍ରଦୂଷଣ ସ୍ଥାୟୀ ସମାଧାନ ହୋଇପାରିନାହିଁ । ଯାହା ଫଳରେ ସ୍ଥାନୀୟ ଓ ଆଖପାଖ ଅଂଚଳର ଲୋକମାନେ କୋଇଲା ଗୁଣ୍ଡ, ଲୁହା ପଥର ଗୁଣ୍ଡ ଏବଂ ବିଶାକ୍ତ ଗ୍ୟାସ୍ ନିର୍ଗତ ଫଳରେ ଅଣନିଶ୍ୱାସୀ ହୋଇପଡୁଛନ୍ତି । ଆଇଓସିଏଲ୍, ପିପିଏଲ୍, କାର୍ବନ କାରଖାନା ସମେତ ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ବିଷାକ୍ତ ଗୁଣ୍ଡ, ଗ୍ୟାସ୍ ଓ ତରଳ ପଦାର୍ଥ ସ୍ଥଳ, ଜଳ ଓ ବାୟୁରେ ମିଶି ସମସ୍ତ ଅଂଚଳ ପ୍ରଚୁର ପରିମାଣରେ ପ୍ରଦୂଷିତ ହେଉଛି । ଯାହା ଫଳରେ ଏଠାକାର ଅଧିବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଲେଣି । ଏସବୁ କାରଣକୁ ଦୃଷ୍ଟିରେ ରଖି ସ୍ଥାୟୀ ପ୍ରଦୂଷଣ ନିୟନ୍ତ୍ରଣ ଦାବି ସହିତ ଏହି ଅଂଚଳରେ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ପ୍ରଶାସନକୁ ସଂଘ ଅନୁରୋଧ କରିଛି । ତେବେ ସ୍ଥାନୀୟ ଅଂଚଳରେ ବିଭିନ୍ନ ସଂଗଠନ ନିଜ ହକ୍ ପାଇଁ ସଂଗ୍ରାମ କରୁଥିବା ବେଳେ ଇଂଜିନିଅର୍ସ ସଂଘ ଏଥିରେ ବ୍ୟତିକ୍ରମ ସାଜି ପରିବେଶ ସୁରକ୍ଷା ଦିଗରେ ଏପରି ପଦକ୍ଷେପକୁ ସାଧାରଣରେ ବେସ୍ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *