Monday , September 25 2023
Breaking News
Home / ସ୍ୱାସ୍ଥ୍ୟ / ପାରାଦୀପ ବନ୍ଦରରେ ଜନନୀ ସୁରକ୍ଷା ଯୋଜନା ର ନବୀକରଣ

ପାରାଦୀପ ବନ୍ଦରରେ ଜନନୀ ସୁରକ୍ଷା ଯୋଜନା ର ନବୀକରଣ

ପାରାଦୀପ , ୨୩/୧୦/୨୦୧୯(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଜନନୀ ସୁରକ୍ଷା ଯୋଜନାର ପୂନର୍ବାର ତିନି ବର୍ଷ ପାଇଁ ନବୀକରଣ ହୋଇଯାଇଅଛି । ବୁଧବାର ଦିନ ଜଗତସିଂହପୁର ଠାରେ ଏହି ନବୀକରଣ ଅବସରରେ ବନ୍ଦର ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଜି.ସି ମହନ୍ତ, ଜିଲ୍ଲା ପୋଗ୍ରାମ ମ୍ୟାନେଜରଙ୍କ ସମେତ ପଦସ୍ତ କର୍ମଚାରୀମାନେ ଉପସ୍ଥିତଥିଲେ । ପ୍ରକାଶ ଥାଉକି ଏହି ଯୋଜନାରେ ଗ୍ରାମୀଣ ଗରିବ ଗର୍ଭବତୀ ମହିଳାଙ୍କୁ ୧ ହଜାର ୪ଶହ ଟଙ୍କା ଓ ସହରର ମହିଳାଙ୍କୁ ୧ ହଜାର ସହାୟତା  ଅର୍ଥରାଶି ପ୍ରଦାନ କରାଯାଇଥାଏ । ସୂଚନା ଥାଉକି କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ଅଭିଯାନ ଅନ୍ତର୍ଗତ ଜନନୀ ସୁରକ୍ଷା ଯୋଜନା ଏକ ସୁରକ୍ଷିତ ମାତୃତ୍ୱ ଯୋଜନା, ଦେଶରେ ଗରିବ ଅବହେଳିତ ଗର୍ଭବତୀ ମହିଳା ମୃତୁ୍ୟସଂଖ୍ୟା ରୋକିବା ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନା ୨୦୦୫ ମସିହା ଏପ୍ରିଲ ୧୨ ତାରିଖରେ ସୁଭାରମ୍ଭ ହୋଇଥିଲା । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହି ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉଥିବାବେଳେ, ଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ରାଜ୍ୟମାନଙ୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

Leave a Reply

Your email address will not be published. Required fields are marked *