Wednesday , October 27 2021
Breaking News
Home / ବିଶେଷ / ଦେଢ଼ବର୍ଷ ପରେ ଏଫ୍ଆଇଆର୍ ରେଜିଷ୍ଟ୍ରୀ – ବିଳମ୍ବ ନେଇ ଡିଜିଙ୍କୁ ଓଏଚ୍ଆର୍ସିଙ୍କ ନୋଟିସ୍

ଦେଢ଼ବର୍ଷ ପରେ ଏଫ୍ଆଇଆର୍ ରେଜିଷ୍ଟ୍ରୀ – ବିଳମ୍ବ ନେଇ ଡିଜିଙ୍କୁ ଓଏଚ୍ଆର୍ସିଙ୍କ ନୋଟିସ୍

ଭୁବନେଶ୍ୱର,୨୩/୧୦/୨୦୧୯(ଓଡ଼ିଶା ସମାଚାର)-ବିଳମ୍ବରେ ଏଫଆଇଆର୍ ରେଜିଷ୍ଟ୍ରୀ କରିବା ନେଇ ଓଡ଼ିଶା ମାନବାଧିକାର କମିଶନ(ଓଏଚଆରସି)ଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ୨୦୧୭ ମସିହା ସେପ୍ଟେମ୍ବର ୨୭ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନାରେ ଏକ ଅଭିଯୋଗପତ୍ର ଦାଖଲ କରିବାକୁ ଆସିଥିବା ମିତାରାଣୀ ଜେନାଙ୍କ ଏଫଆଇଆର୍ ରେଜିଷ୍ଟ୍ରୀ ନକରିବା ଯୋଗୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓଏଚଆର୍ସି । ବିବରଣୀରୁ ପ୍ରକାଶ ଯେ ୨୦୧୭ ସେପ୍ଟେମ୍ବର ୨୭ତାରିଖରେ ଅଭିଯୋଗକାରିଣୀ ମିତାରାଣୀ ଜେନାଙ୍କ ସ୍ୱାମୀ ରାମଚନ୍ଦ୍ର ଜେନା କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଡେରାବିଶ ଥାନାରେ ଏକ ଏତଲା ଦେବାକୁ ଯାଇଥିଲେ । ତେବେ ପୁଲିସ ଏତଲା ନରଖିବାରୁ ଅଭିଯୋଗକାରୀ ରେଜିଷ୍ଟ୍ରୀ ଡାକ ଯୋଗେ କେନ୍ଦ୍ରାପଡ଼ା ଏସପିଙ୍କୁ ଅଭିଯୋଗପତ୍ର ପଠାଇଥିଲେ । ଏହାପରେ ଏସପି ଡେରାବିଶ ଥାନା ଇନ୍ସ୍ପେକ୍ଟରଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧେଶ ଦେଇଥିଲେ । ଇନ୍ସ୍ପେକ୍ଟର ଜଣକ ଏନେଇ ଅନୁସନ୍ଧାନ କରି ଏସପିଙ୍କୁ ରିପୋର୍ଟ କରିଥିବା ସତ୍ୱେ ଏଫଆଇଆର୍ ପଞ୍ଜୀକରଣ କରିନଥିଲେ । ଏନେଇ ଶ୍ରୀମତୀ ଜେନା ମାନବାଧିକାର କମିଶନଙ୍କ ପାଖରେ ପିଟିସନ(୧୦୯/୨୦୧୮) ଦାୟର କରିଥିଲେ । ମାନବାଧିକାର କମିଶନ କେନ୍ଦ୍ରାପଡ଼ା ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ୨୦୧୯ ମାର୍ଚ୍ଚ ୩ତାରିଖରେ ଡେରାବିଶ ଥାନାରେ ଏଫଆଇଆର୍ ପଞ୍ଜୀକରଣ ହୋଇଥିଲା । ପୁନଶ୍ଚ ପିଟିସନର ଶୁଣାଣି କରି ଏଫଆଇଆର୍ ରେଜିଷ୍ଟ୍ରୀ ନକରି ପୁଲିସ୍ ମାନବାଧିକାର ଆଇନ ଉଲ୍ଲଂଘନ ହୋଇଥିବା ଦର୍ଶାଇଛନ୍ତି । ତେଣୁ ଆବେଦନକାରୀ ଶ୍ରୀମତୀ ମିତାରାଣୀ ଜେନା କ୍ଷତିପୂରଣ ପାଇବାକୁ ହକ୍ ଦାର ବୋଲି ପିଟିସନର ଶୁଣାଣି କରି ମାନବାଧିକାର କମିଶନ ଗୃହ ବିଭାଗ ଓ ଡିଜିଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଆଗାମୀ ଦୁଇମାସ ମଧ୍ୟରେ କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *