Saturday , October 16 2021
Breaking News
Home / ବିଶେଷ / ଦୀପ ନିଆଁରୁ ଦୋକାନ ଜଳିଗଲା – ପୋଡ଼ିଯାଇ ବାପ ଓ ପୁଅ ମୃତ – ଗୋଟିଏ ଚିତାରେ ଜଳିଲା ଦୁହିଁଙ୍କ ଜୁଇ

ଦୀପ ନିଆଁରୁ ଦୋକାନ ଜଳିଗଲା – ପୋଡ଼ିଯାଇ ବାପ ଓ ପୁଅ ମୃତ – ଗୋଟିଏ ଚିତାରେ ଜଳିଲା ଦୁହିଁଙ୍କ ଜୁଇ

ଧାମନଗର,୨୩/୧୦/୨୦୧୯(ଓଡ଼ିଶା ସମାଚାର)- ଦୋକାନରେ ଜଳୁଥିବା ଦୀପ ନିଆଁରୁ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଉଭୟ ବାପ ଓ ପୁଅଙ୍କର ମୃତୁ୍ୟ ଘଟିଛି । ଏହି ଦୁଃଖଦ ଘଟଣା ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଧାମନଗର ବ୍ଲକର ଫତେପୁର କଟସାହି ଅଂଚଳ ସ୍ତବ୍ଧ ହୋଇଯାଇଛି । ବିଳମ୍ବରେ ପ୍ରାପ୍ତ ଏକ ଖବର ଅନୁଯାୟୀ ଅସୁରାଳି କାଶିମପୁର ରାସ୍ତାର ଓଉ ଗଛ ଛକରେ ଥିବା ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ଭେରାଇଟି ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଥିଲା । ଶନିବାର ସକାଳେ ସ୍ଥାନୀୟ ଶ୍ୟାମଚାନ୍ଦପାଟଣା ଗାଁର ପୂର୍ଣ୍ଣଚନ୍ଦ୍ର ବାରିକ ଏବଂ ପୁଅ ଜିତେନ୍ଦ୍ର ବାରିକ ସବୁ ଦିନ ପରି ଫତେପୁର ପଂଚାୟତର ଓଉ ଗଛ ଛକରେ ଥିବା ଦୋକାନ ଖୋଲି ଦୀପ ଧୂପ ଦେଇଥିଲେ । ଏହାର କିଛି ସମୟ ପରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଦୋକାନ ଭିତରେ ନିଆଁ ଲିଭାଇବାକୁ ଯାଇ ଉଭୟ ବାପ ଓ ପୁଅ ପୋଡ଼ି ଯାଉଥିବା ବେଳେ ଚିକôାର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ଶରୀରର ଅର୍ଦ୍ଧାଧିକ ଅଂଶ ଜଳି ଯାଇଥିବା ପୂର୍ଣ୍ଣ ଓ ଜିତୁଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିସôାଳୟରେ ଭର୍ତି କରାଯାଇଥିଲା । ସେଠାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଚିକିସôାଧୀନ ଥିବା ଅବସ୍ଥାରେ ପୁଅ ଜିତୁ(୨୧)ଙ୍କର ଶନିବାର ସନ୍ଧ୍ୟାରେ ମୃତୁ୍ୟ ଘଟିଥିଲା । ଆଇସିୟୁରେ ଥିବା ବାପ ପୂର୍ଣ୍ଣଚନ୍ଦ୍ର(୫୮)ଙ୍କର ମଧ୍ୟ ଶନିବାର ବିଳମ୍ବିତ ରାତିରେ ମୃତୁ୍ୟ ଘଟିଥିଲା । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଉ ଗଛ ଛକରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଏହି ଘଟଣା ସମଗ୍ର ପରିବାରକୁ ହତବାକ କରିଦେଇଥିବା ବେଳେ ମୃତକଙ୍କ ଗାଁ ଧୂଷୁରୀ ଥାନା ଅଧୀନ ଶ୍ୟାମଚାନ୍ଦପାଟଣାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସ୍ଥାନୀୟ ଯୁବକ ଏବଂ ଓଉ ଗଛ ଛକରେ ଥିବା ଦୋକାନୀମାନେ ମୃତ ପୂର୍ଣ୍ଣଚନ୍ଦ୍ର ଏବଂ ଜିତେନ୍ଦ୍ରଙ୍କୁ ନେଇ ସ୍ୱର୍ଗ ଦ୍ୱାରରେ ଅନ୍ତିମ ସଂସ୍କାର କରିଛନ୍ତି । ବାପ ଓ ପୁଅ ଙ୍କର ଗୋଟିଏ ଚିତାରେ ଜଳିଲା ଜୁଇ । କିଭଳି ଏବଂ କେଉଁ ପରିସ୍ଥିତିରେ ଦୋକାନରେ ଦିଆଯାଇଥିବା ଦୀପରୁ ନିଆଁ ଲାଗି ଏଭଳି ବଡ଼ ଅଘଟଣ ଘଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷରେ ଦୋକାନରେ ପେଟ୍ରୋଲ ଥିଲା ଓ ନିଆଁ ସଂସ୍ପର୍ଶରେ ଆସିବା ପରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *