Sunday , October 1 2023
Home / ସ୍ୱାସ୍ଥ୍ୟ / ଜାପାନୀ ଏନ୍‌ସେଫା ଲାଇଟସ୍ ଟୀକାକରଣ ଅଭିଯାନ ନିମନ୍ତେ ଜିଲ୍ଲାରୀୟ ଟାସ୍କଫୋର୍ସ କମିଟି ବୈଠକ

ଜାପାନୀ ଏନ୍‌ସେଫା ଲାଇଟସ୍ ଟୀକାକରଣ ଅଭିଯାନ ନିମନ୍ତେ ଜିଲ୍ଲାରୀୟ ଟାସ୍କଫୋର୍ସ କମିଟି ବୈଠକ

  ଜଗତସିଂହପୁର ୨୩/୧୦/୨୦୧୯(ଓଡ଼ିଶା ସମାଚାର)- ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ   ଠାରେ ଜିଲ୍ଲା  ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାପାନୀ ଏନ୍ ସୋଫାଲାଇଟସ୍ ଟୀକାକରଣ ଅଭିଯାନ ନିମନ୍ତେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ  କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ  ମହାପାତ୍ର କହିଲେ ଗତ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ ଅନୁଯାୟୀ ମୁଖ୍ୟ ଚିକିତ୍ସାଳୟର ଭିତିଭୂମି ନିର୍ମାଣ ନିମନ୍ତେ ଯୋଜନା ଓ ଅଟକଳ ପ୍ରସ୍ତୁତ କରିବା, ଡେଂଟାଲ ଚେୟାର ପ୍ରତିଷ୍ଠା ପାଇଁ ଭାରତୀୟ ତୈଳନିଗମକୁ ଅବଗତ କରାଯାଇଥିବା, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଟ୍ରାନ୍‌ସଫରମର ସ୍ଥାନାନ୍ତରଣ  କରାଯାଇଛି ।  ଜାପାନୀ ଏନସେଫା ଲାଇଟସ୍ ଏକ ଭୁତାଣୁ ଜନିତ ଜ୍ୱର । ଏହି ଭୁତାଣୁ କୁଲେକ୍ସ ମଶା କାମୁଡିବା ଦ୍ୱାରା  ହୋଇଥାଏ ।  ଘୁଷୁରୀ ଓ ଜଳଚର ପକ୍ଷୀଙ୍କ ଦ୍ୱାରା ଏହି ରୋଗ ବିସ୍ତାର କରେ । ଆସନ୍ତା ନଭେମ୍ବର ୧୧ ତାରିଖରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୧ ବର୍ଷରୁ ୧୫ବର୍ଷର ପିଲାଙ୍କୁ  ଟୀକାକରଣ କରାଯିବ ।  ଏହି ଟୀକାକରଣ ଅଭିଯାନକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ,ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ଓ  କର୍ମଟାରୀ,ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନବାଡୀ କର୍ମୀ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଆଲବେଣ୍ଡାଜୋଲ୍‌,ଆଇରନ୍ ଓ କାଲସିୟମ  ଟାବଲେଟର ସୁଷମ ବଣନ,ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଂପ୍ରସାରଣ ସେବାର ତଦାରଖ କରିବା ,ଖୁସୀ ନ୍ୟାପକିନ୍ ବଂଟନ,୧୦୮ ଆମ୍ବୁଲାନ୍ସ ସେବା ଗ୍ରାମାଂଚଳରେ ସମୟାନୁବର୍ତୀ ଉପଲବଧ ଉପରେ ଜିଲ୍ଲାପାଳ ପ୍ରାଧାନ୍ୟ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଗୁଂଜର ଚରଣ ମହନ୍ତ ଜାପାନୀ ଏନସେଫା ଲାଇଟସ ଟୀକାକରଣ ଅଭିଜାନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏ.ଡି.ଏମ୍‌.ଓ ଡଃ ବସନ୍ତ କୁମାର ବାରିକ ଯୋଗଦେଇ କହିଲେ ଏହି ଟୀକାକରଣ ପ୍ରଥମେ କ୍ୟାମ୍ପେନ୍ ମୋଡ୍ ରେ ଓ ପରେ ଦୈନନ୍ଦିନ ଟୀକାକରଣ ପଦ୍ଧତିରେ ସାମିଲ୍ କରାଯିବ । ବିଦ୍ୟାଳୟର ଛାତ୍ରଛାଚ୍ରୀ,ଅଙ୍ଗନବାଡୀ କେନ୍ଦ୍ରର ଶିଶୁ ଓ ସ୍କୁଲ ଏବଂ ଆଙ୍ଗନବାଡି କେନ୍ଦ୍ର ଯାଉନଥିବା ପିଲାଙ୍କୁ ପ୍ରଦାନ କରାଯିବ । ଏହି ଅଭିଯାନ ପାଇଁ ବ୍ଲକ ସ୍ତରରେ ପ୍ରଧାନ ଶିକ୍ଷକ ଆଡ୍‌ଭୋକାସୀ ବୈଠକ,ବେସରକାରୀ ବିଦ୍ୟାଳୟରେ ଅବିଭାବକ ଶିକ୍ଷକ ବୈଠକ ଆୟୋଜିତ ହେବ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସର୍ଭେଲାନସ୍ ମେଡିକାଲ ଅଫିସର ଡଃ ଦିପକ କୁମାର କର ଯୋଗଦେଇ କହିଲେ ଘୁଷୁରୀ ଏବଂ ପାଣିବଗଙ୍କ ଦ୍ୱାରା ଏହି ଜ୍ୱର ବିସ୍ତାର ଲାଭ କରିଥାଏ । ୧୮୭୧ ମସିହାରେ ଏହି ଜ୍ୱର ପ୍ରଥମେ ଜାପାନରେ ଆବିର୍ଭାବ ହୋଇଥିଲା । ୨୦୧୬ ମସିହାରେ ମାଲକାନଗିରି ଜିଲ୍ଲାରେ ବ୍ୟାପିଥିଲା ଏବଂ ବହୁ ପିଲା ମୃତାହତ ହୋଇଥିଲେ । ୨୦୧୭ ରେ ରାଜ୍ୟର ୧୩ଟି ଜିଲ୍ଲାରେ ଜାପାନୀ ଏନସେଫା ଲାଇଟସ ଟୀକାକରଣ କରାଯାଇଥିଲା । ୨୦୧୯ ବର୍ଷରେ ୭ଟି ଜିଲ୍ଲାରେ ଟୀକାକରଣ କରାଯିବ । ଏହି ଭ୍ୟାକସିନ୍ ଖୋଲାହେବାର ୪ଘଂଟା ମଧ୍ୟରେ ବ୍ୟବହାର ହୋଇପାରିବ । ବାମ ହାତରେ  ୦.୫ ମିଲି ଟୀକା ପ୍ରଦାନ କରାଯିବ । ଏହାର ସାମାନ୍ୟ ପ୍ରାଶ୍ୱର୍ ପ୍ରତିକ୍ରିୟା ସ୍ୱରୂପ ନାଲିପଡି ଫୁଲି ଯାଇପାରେ, ଉଚ୍ଚତାପର ଜ୍ୱର, ଅପପୁଷ୍ଟି, ଉତ୍‌କଟ ସଂକ୍ରମଣ, ଲିଭର, ହାର୍ଟ ଓ କିଡନୀ ସମସ୍ୟା ଥିବା, ଆଲର୍ଜି, ବାତରୋଗ, ଏଚଆଇଭି କିମ୍ବା ହାଇଡୋଜ୍  ଷ୍ଟେରଏଡ,ଗର୍ଭବତୀ ହୋଇଥିବା ମହିଳାଙ୍କୁ ଜାପାନୀ ଏନ୍‌ସେଫା ଲାଇଟସ୍ ଟୀକା ପ୍ରଦାନ କରାଯିବ ନାହିଁ । ଏହି ଅଭିଯାନ ବିଦ୍ୟାଳୟ ସ୍ତରରେ ୫ବର୍ଷରୁ ୧୫ ବର୍ଷର ଛାତ୍ରଛାତ୍ରୀ ଗୋଷ୍ଠୀଗତ ଭାବେ ୧ ବର୍ଷରୁ ୫ବର୍ଷ ଏବଂ ଗୋଟିଏ ଗାଁରେ ୧ଟି ଟୀକାକରଣ କେନ୍ଦ୍ର ମାଧ୍ୟମରେ ଟୀକା ପ୍ରଦାନ କରାଯିବ । ବିଦ୍ୟାଳୟରେ ସକାଳ ୯ଟାରୁ ଅପରାହ୍ନ ୪ଟା,ଗୋଷ୍ଠୀ ମାଧ୍ୟମରେ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୟ ମଧ୍ୟରେ ଟୀକାକରଣ କରାଯିବ । ୫ଟି ଦଳ ପାଇଁ ଜଣେ ସୁପରଭାଇଜର ନିୟୋଜିତ ହେବେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *