Saturday , October 16 2021
Breaking News
Home / ବିଶେଷ / ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଧାରଣା ଦେବେ

ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଧାରଣା ଦେବେ

କେନ୍ଦ୍ରାପଡା, ୨୩/୧୦/୨୦୧୯(ଓଡ଼ିଶା ସମାଚାର)- ଚିଟ୍ଫଣ୍ଡ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଜମାକରି କ୍ଷତିଗ୍ରସ୍ତ ହୋଇଥିବା ମହିଳାମାନେ ଆସନ୍ତା୨୩ ତାରିଖରେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ରୋହିତ ମଳିକଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ରିଡିଂ ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାକାଳପଡା ବ୍ଲକ ତନ୍ତିଆପାଳ ଓ ମାର୍ଶାଘାଇ ଅଂଚଳର ପ୍ରାୟ ୨ହଜାରରୁ ଊଦ୍ଧ୍ୱର୍ ମହିଳାଗୋଷ୍ଠୀ ଏହି ସଂସ୍ଥାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ସଂସ୍ଥା ପକ୍ଷରୁ କାଗଜ ପତ୍ରରେ ଜାଲ୍ କରି ଋଣ ପ୍ରଦାନ କରିବା ସହ ଜମା ଟଙ୍କାକୁ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅପରପକ୍ଷରେ ଏହି ମହିଳା ଗୋଷ୍ଠୀଙ୍କ ପକ୍ଷରୁ ମାର୍ଶାଘାଇ ଓ ମହାକାଳପଡା ଥାନାରେ ଅନଲାଇନରେ ଅଭିଯୋଗ କରାଯାଇଛି । ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନ ଥିବାରୁ ମହିଳା ଗୋଷ୍ଠୀ ପକ୍ଷରୁ ଚଳିତ ମାସ ୨୩ରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବୈଠକରେ ସଚ୍ଚିପ୍ରଭା ରାଉତ, ନଗେନ୍ଦ୍ର ଜେନା, ମମତା ମଲ୍ଲିକ, ରଶ୍ମିତା ରାଉତ, ଲୋଚନା ମଲ୍ଲିକ, କୈାଶଲ୍ୟା ସାହୁ, ନିରୁପମା ରାଉତ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *