ତିର୍ତୋଲ, ୨୩/୧୦/୨୦୧୯(ଓଡ଼ିଶା ସମାଚାର)-ବାଙ୍କି ଠାରେ ଚାଲିଥବା ଉକ୍ରଳ ବିଶ୍ୱବିଦ୍ୟାଳୟ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ମହିଳା ଖୋଖୋ ଟୁର୍ଣ୍ଣାମେଂଟରେ ଆଦିକବି ସାରଳାଦାସ ମହାବିଦ୍ୟାଳୟ ତିର୍ତୋଲର ମହିଳା ଖୋଖୋ ଟିମ ଆୟୋଜକ ବାଙ୍କି ମହାବିଦ୍ୟାଳୟକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । କ୍ୟାପଟେନ ସସ୍ମିତା ନାଥଶର୍ମାଙ୍କ ନେତୃତ୍ୱରେ ଲୋପାମୁଦ୍ରା ସ୍ୱାଇଁ, ଜିନୁ ସ୍ୱାଇଁ, ରୂପାଲି ସୂତାର, ସନ୍ତୋଷୀ ପ୍ରୀୟଦର୍ଶିନୀ, ଗାୟତ୍ରୀ ଦାସ, ଶ୍ରଦ୍ଧାଞ୍ଜଳି ସାହୁ, ସୋନାଲି ସାମଲ, ମୋନାଲିସା ମହାନ୍ତି, ସରୋଜିନୀ ମଲ୍ଲିକ, ଚୁମାଲି ସ୍ୱାଇଁ ପ୍ରମୁଖ ପ୍ରତିଯୋଗ ବାଙ୍କି ସ୍ୱୟଂସାସିତ ମହାବିଦ୍ୟାଳକୁ ହରାଇ ଚମ୍ପିଆନ ଟ୍ରଫି ହାସଲ କରିଥିଲେ । ଗତ ୧୮ ଓ ୧୯ତାରିଖ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ଉକ୍ରଳ ବିଶ୍ୱବିଦ୍ୟାଳୟ କ୍ରୀଡା ସଂସଦର ନିର୍ଦେଶକ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ତିର୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ମହିଳା ଖୋଖୋ ଟିମ କ୍ରୀଡା ସଂସଦର ଉପସଭାପତି ଅଧ୍ୟାପକ ଡଃ ସହଦେବ ସ୍ୱାଇଁ, ପ୍ରାକ୍ତନ କ୍ରୀଡା ପ୍ରଶିକ୍ଷକ ଦେବପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏହି କୃତିତ୍ୱ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ, କ୍ରୀଡା ସଂସଦର ଉପସଭାପତି ଶୁଭେନ୍ଦୁ ରାୟ, ପ୍ରାଧ୍ୟାପକ ରବୀନ୍ଦ୍ରନାଥ ବିଶ୍ୱାଳ, ଅଧ୍ୟାପକ ଡଃ ଅଶୋକ କୁମାର ରାଉତ, ପ୍ର.ଅବଦୁର ସମିମ ଜଜଜଖାନ ପ୍ରମୁଖ ଟିମ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର