୪ ମାସ ହେଲା କର୍ମଚାରୀ ପାଇନାହାନ୍ତି ଦରମା
ନିଶ୍ଚିନ୍ତକୋଇଲି,୨୩/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): କଟକ-ଚାନ୍ଦବାଲି ମୁଖ୍ୟ ସଡ଼କ ପାଶ୍ୱର୍ରେ ଅବସ୍ଥିତ କେନ୍ଦୁପାଟଣା ନିୟନ୍ତ୍ରୀତ ବଜାର କମିଟିରେ ଅଚଳାବସ୍ତା ସୃଷ୍ଟି ହେବା ସେଙ୍ଗ ସେଙ୍ଗ ଏହାର କାର୍ଯ୍ୟକାରୀତା ତଥା ଯେଉଁ ମୈାଳିକ ଲକ୍ଷ୍ୟ ନେଇ ଦୀର୍ଘ ଦିନ ହେବ ପ୍ରତିଷ୍ଠା ହୋଇ ତାହାର ବିଲୋପ ଘଟିଛି ବୋଲି ଚର୍ଚ୍ଚା ଯୋର ଧରିଛି । ଝୋଟ ଚାଷ ଓ ବ୍ୟବସାୟୀ ପେଣ୍ଠ ସ୍ଥଳ ଭାବେ ରାଜ୍ୟରେ ପ୍ରତିଷ୍ଠିତ ଏହି ସଂସ୍ଥାର ପୁରୁଣା କାର୍ଯ୍ୟାଳୟ କେନ୍ଦୁପାଟଣା ର ଚମ୍ପତି ପାଟଣା କେନ୍ଦ୍ରାପଡ଼ା କେନାଲ ପାଶ୍ୱର୍୍ର୍ରେ ରହିଥିଲା । ମୁଖ୍ୟତଃ ଜଳପଥ ଦେଇ ଝୋଟ ଗୋଦାମ ଗୁଡ଼ିକରୁ ଚାଷୀଙ୍କ ଉପôାଦିତ ଝୋଟ ତଥା ଅନ୍ୟାନ୍ୟ କୃଷିଜାତ ସାମଗ୍ରୀ ରପ୍ତାନୀ ହେଉଥିଲା । ଏହାର ପରିଚାଳନା ପାଇଁ ଚାଷୀମାନଙ୍କ ପ୍ରତିନିଧିଙ୍କୁ ନେଇ ଏକ କମିଟି ମନୋନୀତ ହୋଇଥିଲା । ପରବର୍ତିୀ କାଳରେ ଏହାର ପରିସର ବୃଦ୍ଧି ନିମନ୍ତେ କୁଳିଆ ଠାରେ ୧୭ ଏକର ଜମି କ୍ରୟ କରାଯାଇ କମିଟିର ଉଦ୍ଧାର ପରିସର ନିର୍ମାଣ କରାଯିବା ସହ ଏହାର ଚତୁଃପାଶ୍ୱର୍କୁ ପାଚୀର ନିର୍ମାଣ କରାଯାଇଥିଲା । ଅଫିସ୍ ପାଇଁ ଗୃହ ନିର୍ମାଣ ଓ ସେଡ଼୍ ଗୁଡ଼ିକ ନିର୍ମାଣ ହୋଇଥିଲା । ଏବେ ତାହା ଭାଙ୍ଗି ରୁଜି ଧରାଶାୟୀ ହୋଇଛି । ସମଗ୍ର କଟକ ସଦର ସବ୍-ଡ଼ିଭିଜନ ଅଂଚଳରେ ହାଟଗୁଡ଼ିକୁ ନିୟନ୍ତ୍ରଣ କରାଯିବା ସହ ବିଭିନ୍ନ ସ୍ଥାନରେ ଚେକ୍ ଗେଟ୍ ସ୍ଥାପନ କରାଯାଇ କୃଷିଜାତ ଦ୍ରବ୍ୟର ଚାଲାଣ ନିୟନ୍ତ୍ରଣ କରାଯାଉଥିଲା । ତାହା ଏବେ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଛି । ବହୁ କର୍ମଚାରୀ ଙ୍କ ଛଟେଇ ହୋଇଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ସଭାପତି ଓ ସଂପାଦକ ନାହାନ୍ତି । କଟକ ଉପ-ଜିଲ୍ଳାପାଳ ଏହାର ସଭାପତି ଦାୟିତ୍ୱ ଗ୍ରହଣ କରୁନଥିôବା ବେଳେ କେହି ସଂପାଦକ ନାହାନ୍ତି । କର୍ମଚାରୀମାନେ ୪ମାସ ହେବ ଦରମା ପାଇ ନାହାନ୍ତି । ୧୦ଜଣ ରେଗୁଲାର ଓ ୧୧ ଜଣ କଂଟ୍ରାକ୍ଟ ୟାଡ଼୍ ମ୍ୟାନ୍ ଅଛନ୍ତି । ଆକାଉଂଟାଂଟ ଓ କ୍ଲର୍କ ନାହାନ୍ତି । କେବଳ ମାତ୍ର କଟକ ସ୍ଥିତ କୃଷକ ବଜାର ଚାଲୁଥିବା ଜଣାପଡ଼ିଛି । ନିୟନ୍ତ୍ରୀତ ବଜାର କମିଟିର ନୂତନ କମିଟି ଗଠନ କରି ଏହାକୁ ପୁନଃ କାର୍ଯ୍ୟକ୍ଷମ କରାନଗଲେ ଏହି ସଂସ୍ଥାର ବିଲୋପ ଅବଶ୍ୟମ୍ଭାବୀ ବୋଲି ଚଚ୍ଚ ର୍ା ହେଉଛି । ଓଡ଼ିଶା ସମାଚାର