Tuesday , October 26 2021
Breaking News
Home / ବିଶେଷ / କୃଷ୍ଣାନନ୍ଦପୁର ସାଉଦି ହାଟରେ ବିନା ଲାଇସେନ୍ସରେ ବେଆଇନ ଭାବେ ଏକାଧିକ ବାଣ ଦୋକାନ ଖୋଲିଛି – ସ୍ଥାନୀୟ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଶୂନ୍ୟ

କୃଷ୍ଣାନନ୍ଦପୁର ସାଉଦି ହାଟରେ ବିନା ଲାଇସେନ୍ସରେ ବେଆଇନ ଭାବେ ଏକାଧିକ ବାଣ ଦୋକାନ ଖୋଲିଛି – ସ୍ଥାନୀୟ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଶୂନ୍ୟ

ଜଗତସିଂହପୁର,୨୩/୧୦/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ଅଧିନସ୍ଥ ତିର୍ତୋଲ ବ୍ଲକ୍ ଓ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଂଚାୟତ ଓ ପୁଲିସ୍ ଫାଣ୍ଡି ଅଂଚଳରେ ଥିବା ସାଉଦି ହାଟ ନାମକ ସାପ୍ତାହିକ ହାଟରେ ବେଆଇନ ଭାବେ ଏକାଧିକ ବାଣ ଦୋକାନ ଖୋଲିଛି । ଏହି ହାଟଟି ସପ୍ତାହର ପ୍ରତି ବୁଧବାର ଓ ରବିବାର ସକାଳ ୫ ଟା ରୁ ବସେ । ଏହି ହାଟ ଠାରୁ ଅଳ୍ପ ଦୂରରେ ପୋଲିସ୍ ଫାଣ୍ଡି ରହିଥିଲେ ମଧ୍ୟ ଫାଣ୍ଡି ପୋଲିସ୍ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏହି ହାଟରେ ବିନା ଲାଇସେନ୍ସରେ ଏକାଧିକ ବେଆଇନ ବାଣ ଦୋକାନ ଖୋଲିଥିବା ଦେଖାଯାଉଛି । ଏଥିପ୍ରତି ଜଗତସିଂହପୁର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ସଚେତନ ନାଗରିକଙ୍କ ପକ୍ଷରୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *