Monday , December 6 2021
Breaking News
Home / ତାଜା ଖବର / କଙ୍କଡା ଧରୁଥିବା ତିନି ଗିରଫ

କଙ୍କଡା ଧରୁଥିବା ତିନି ଗିରଫ

ରାଜନଗର, ୨୩/୧୦/୨୦୧୯(ଓଡ଼ିଶା ସମାଚାର)- ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ କାଳିଭଞ୍ଜଡିଆରେ ବେଆଇନ ଭାବେ କଙ୍କଡା ଧରୁଥିବା ବେଳେ ବନବିଭାଗ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ ଓ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ ସୁନିଲ ରଂଜନ ରାଉତରାୟ, କାଳିବଞ୍ଜଡିଆ ଫରେଷ୍ଟ ଗାର୍ଡ ସୁବାଷ ବେହେରା, କର୍ମଚାରୀ ଏସକେ ରଫିଦ୍ ପହଂଚି ବେଆଇନ ଭାବେ କଙ୍କଡା ଧରୁଥିବା ଭଦ୍ରକ ଜିଲା ବାଂଶଡା ଥାନା ଚଡଦିଆର ଜୟରାମ ମାଝି, ମାଧବ ମାଝି ଓ ବିଦ୍ୟାଧର ବାଗକୁ ଗିରଫ କରିଥିଲା । ସେମାନେ ବ୍ୟବହାର କରିଥିବା ଆହୁଲାମରା ଡଙ୍ଗା ଓ ଧରିଥିବା କଙ୍କଡାକୁ ଜବତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *