Saturday , October 23 2021
Home / ବିଶେଷ / ୪ର୍ଥ ଆନ୍ତଃମଣ୍ଡଳ ରେଳପଥ ସାଂସ୍କୃତିକ ମହୋତ୍ସବ – ପୂର୍ବତଟ ରେଳପଥର ମୁଖ୍ୟାଳୟ ଦଳ ଚାମ୍ପିଅନ

୪ର୍ଥ ଆନ୍ତଃମଣ୍ଡଳ ରେଳପଥ ସାଂସ୍କୃତିକ ମହୋତ୍ସବ – ପୂର୍ବତଟ ରେଳପଥର ମୁଖ୍ୟାଳୟ ଦଳ ଚାମ୍ପିଅନ

ଭୁବନେଶ୍ୱର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ୪ର୍ଥ ଆନ୍ତମଣ୍ଡଳ ରେଳପଥ ସାଂସ୍କୃତିକ ମହୋତ୍ସବ-୨୦୧୯ ରେଳ ଅଡିଟୋରିୟମଠାରେ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯେଗିତାରେ ମୁଖ୍ୟାଳୟ ଦଳ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି ଏବଂ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଦଳ ରନର୍ସଅପ୍ ଟ୍ରଫି ପାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଧ୍ୟାଭାଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଚାମ୍ପିଅନ୍ ଟ୍ରଫି ସହ ବିଭିନ୍ନ ବିଭାଗରେ ବିଜୟୀ ହୋଇଥିବା ପ୍ରତିଯୋଗୀ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ । ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବରେ ସମୁଦାୟ ୨୮ଟି ପ୍ରତିଯୋଗିତାରେ ୨୦୦ କଳାକାର ଅଂଶଗ୍ରହଣ କରିଥିଲେ । ନୃତ୍ୟ, ଗୀତ, ରୋଷେଇ, ପରିବା ସଜ୍ଜା, ମେହେନ୍ଦି, ରେଙ୍ଗାଲି, ଫାନସିଡ୍ରେସ୍ ଇତ୍ୟାଦି ବହୁ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯେଉଁଥିରେ ୱାଲଟିରୟ, ଖୋର୍ଦ୍ଧାରୋଡ୍, ସମ୍ବଲପୁର ରେଳମଣ୍ଡଳ ସହ ମଂଚେଶ୍ୱର ଓ ମୁଖ୍ୟାଳୟ ଦଳ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଓ ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *