Saturday , October 16 2021
Breaking News
Home / ବିଶେଷ / ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଆଁ ଠାରେ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଆଲୋକ ତରଫରୁ ଏକ ସଡକ ସୁରକ୍ଷା ସେଚତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶରତ କୁମାର ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଯାଜପୁର ସଦର ଥାନା ଅଧିକାରୀ ବଂଶୀଧର ବେହେରା ଓ ଥାନା ସହକର୍ମୀ ମାନେ ସହାୟତା ପ୍ରଦାନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଧେଶକ ଜନ୍ମେଜୟ ମହାନ୍ତି ,ସହ ନିର୍ଦ୍ଧେଶକ ଦେବେନ୍ଦ୍ର ବଳ, ସମ୍ପଦ କୁମାର ନାୟକ, ରାଜା ପାର୍ଥ ସାରଥୀ ସାମନ୍ତସିଂହାର, ମଂଟୁ ଦାସ, ଅବଦୁଲ ୱାହିଦ, ଅମର ସାହୁ, ଚକ୍ରଧର ବେହେରା , ଆଲୋକ କୁମାର ଓଝା , ସ୍ମିତା ମହାନ୍ତି, ପ୍ରାଚୀ ପ୍ରତ୍ୟାଶା ସେଠୀ, ଶୁଭ ଲକ୍ଷ୍ମୀ ରାଉତ,ସନାତନ ବରାଳ, ରତିକାନ୍ତ ସାହାଣୀ, ଗଣେଶ ସାହୁ, ବିଶ୍ୱଜିତ ମହାପାତ୍ର , ସୁଜିତ ସାହୁ ସମେତ ବହୁ ସ୍ୱେଚ୍ଛାସେବୀ ଗାଡି ଆରୋହୀମାନଙ୍କୁ ଗୋଲାପ ଫୁଲ, ସଚେତନତା ପ୍ରଚାର ପତ୍ର ସହିତ ଚକୋଲେଟ ପ୍ରଦାନ କରି ସଚେତନ କରିଥିଲେ । ତେବେ ସଦର ଥାନା ଅଧିକାରୀ ଶ୍ରୀ ବେହେରା ନୂଆ ଆଲୋକର ଏହି ସ୍ୱାର୍ଥ ବିହିନ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *