Friday , September 22 2023
Breaking News
Home / ବିଶେଷ / ସ୍ୱଦେଶ ପ୍ରେମ ଓ ରାଷ୍ଟ୍ର ଗଠନ ଶୀର୍ଷକ କକ୍ତୃତା ପ୍ରତିଯୋଗିତା

ସ୍ୱଦେଶ ପ୍ରେମ ଓ ରାଷ୍ଟ୍ର ଗଠନ ଶୀର୍ଷକ କକ୍ତୃତା ପ୍ରତିଯୋଗିତା

ବାରିପଦା, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ମୟୂରଭଞ୍ଜ ଆନୁକୁଲ୍ୟରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନାର ସହଯୋଗୀତାରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟ ଏନ.ଏସ.ଏସ. ବ୍ୟୁରୋ ସମ୍ମିଳନୀ କକ୍ଷ ଠାରେ ସ୍ୱଦେଶ ପ୍ରେମ ଓ ରାଷ୍ଟ୍ର ଗଠନ ଶୀର୍ଷକ ରେ ଏକ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟର କୁଳସଚିବ ପ୍ରଫେସର ଡଃ ପ୍ରମୋଦ କୁମାର ଶତପଥି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବରେ ପୂର୍ବତନ ପିଜି କାଉଁନସିଲ ଚେୟାର ପର୍ଶନ ତଥା କମ୍ପୁ୍ୟଟର ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ଡଃ ଏମ. ହିମାବିନ୍ଦୁ, ଅର୍ଥନିତି ବିଭାଗର ସହକାରୀ ପ୍ରଫେସର ଡଃ ମିନତୀ ମଲ୍ଲିକ, ସହକାରୀ ପ୍ରଫେସର ଡଃ କବିତା ସାହୁ, ଏବଂ ଏନ.ଏସ.ଏସ. ବିଭାଗର ମୁଖ୍ୟ ଉଷା ଶତପଥି ପ୍ରମୁଖ ଯୋଗ ଦେଇଥିଲେ । ନେହେରୁ ଯୁବକେନ୍ଦ୍ର ମୟୂରଭଞ୍ଜ ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ଶକ୍ତିସ୍ୱରୁପ ସିଂ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଏ.ସି.ଟି. ଅଶୋକ କୁମାର ସାହୁ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗୀତା ରେ ବାରିପଦା ବ୍ଲକର ଦିବ୍ୟ ଜ୍ୟୋତି ଦାସ ପଥମ୍ର ସ୍ଥାନ ଅଧିକାର କରି ପୁରସ୍କାର ସ୍ୱରୁପ ପ୍ରମାଣପତ୍ର ସହିତ ୫ହଜାର ଟଙ୍କାର ଅର୍ଥରାଶି ହାସଲ କରିଥିବା ବେଳେ ୨ୟ ସ୍ଥାନ ଅଧିକାର କରି ରାଇରଙ୍ଗପୁର ବ୍ଲକର ଓମପ୍ରିୟା ମଣ୍ଡଳ ପ୍ରମାଣପତ୍ର ସହିତ ୨ହଜାର ଟଙ୍କା ଏବଂ ୩ୟ ସ୍ଥାନ ଅଧିକାର କରି ବିଜାତୋଳା ବ୍ଲକର ଶ୍ରୀଧର ମଣ୍ଡଳ ପ୍ରମାଣପତ୍ର ସହିତ ୧ହଜାର ଟଙ୍କା ର ଅର୍ଥରାଶି ହାସଲ କରିଥିବା ଜଣାଯାଇଛି । ବିଚାରକ ମଣ୍ଡଳି ପ୍ରତିଯୋଗୀ ମାନଙ୍କର ବକ୍ତୃତାକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଟି.ଓ.ଟି. ସୁବ୍ରତ କୁମାର ଦାସ, ଜାତୀୟ ଯୁବ ସ୍ୱେଚ୍ଛାସେବୀ ଦୀପକ କୁମାର ମହାନ୍ତ, ଗଙ୍ଗାଧର ବେହେରା, ରଜନୀକାନ୍ତ ମହାନ୍ତ, ଆସଲାମ ଖାନ, ମମତା ପାତ୍ର, ଶୁଶ୍ରୀ ନାୟକ, କାର୍ତିକେଶ୍ୱର ଗିରି, ପାୟେଲ ବାରିକ, ଅଭିଜିତ ନନ୍ଦ, ତୁଷାରକାନ୍ତ ମହାନ୍ତ, ଦିବ୍ୟ ନାୟକ, ରଣଜିତ କୁମାର ମହାନ୍ତ, ପ୍ରଶାନ୍ତ କୁମାର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *