Wednesday , October 5 2022
Breaking News
Home / ବିଶେଷ / ସାଂସଦଙ୍କୁ ସମ୍ବର୍ଦ୍ଧନା

ସାଂସଦଙ୍କୁ ସମ୍ବର୍ଦ୍ଧନା

ତାରପୁର,୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ସାଂସଦ ଡ଼ ରାଜଶ୍ରୀ ମଲିକ୍ ଙ୍କୁ ରଘୁନାଥପୁର ପଂଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ  ଉକ୍ତ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଡ଼ ମଲିକ ସାଂସଦ ନିର୍ବାଚିତ ହେବାପରେ ଏହି ମହିଳା ଗୋଷ୍ଠିଙ୍କ ପକ୍ଷରୁ ଆମନ୍ତ୍ରୀତ ହୋଇ ପ୍ରଥମ ଥର ପାଇଁ ପଂଚାୟତରେ ଉପସ୍ଥିତ ହୋଇଥିଲେ ।  ଫଳରେ  ରଘୁନାଥପୁରର ବିଭିନ୍ନ ମହିଳା ସଂଘ ଯଥା : ମହାବୀର ମହିଳା ସମିତି, ମା ମଙ୍ଗଳା ମହିଳା ସଂଘ,  ନାରାୟଣୀ ମହିଳା ସଂଘ,  ଶ୍ରୀ ଜଗନ୍ନାଥ ମହିଳା ସଂଘ, ଓଁ ସାଇ ମହିଳା ସଂଘ, ମା କ୍ଷେତ୍ରପାଳିକା ମହିଳା ସଂଘ ର ଶତାଧିକ ମହିଳା ସାଂସଦ ଓ ଜିଲା ପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ରଙ୍କୁ ଫୁଲ ତୋଡ଼ା ଓ ଉତରୀୟ ପ୍ରଦାନ କରି  ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ,  ବ୍ଲକ୍ ବିଜେଡ଼ି ଉପସଭାପତି ସଂଜୟ ମଲିକ୍,  ବାରିକ ନୀରଂଜନ ଅର୍ପଣ,  ଉତମ ସାହାଣୀ,ବୈର୍ଷ୍ଣବ ସାହାଣୀ, ଗୌତମ ପାଲିତ, ଆସୁତୋଷ ଡ଼େରା, ଆଲୋକ ସେନାପତି,  ପ୍ରଦୋଷ ସାହୁ,ପ୍ରମୋଦ ସାହୁ,  ଶ୍ରରନିବାସ ପଣ୍ଡା, ମନ୍ମଥ ରଣା, ଆତ୍ମା ଅଧ୍ୟକ୍ଷ ପରମାନନ୍ଦ ସ୍ୱାଇଁ, ବନ୍ଧନ ସାହୁ, ନୀରୂପମା ସେଠୀ, ଜ୍ୟୋତ୍ସ୍ନାମୟୀ ରାଉତ, ମନୋରମା ଦାସ,  ଉର୍ମିଳା ସାହାଣୀ,  ସସ୍ମିତା ଜେନା, କଳ୍ପନା ରାଉତ, ରଂଜିତା ବାରିକ,କାଳି ବିଶ୍ୱାଳ ପ୍ରମୁଖ ୁପସ୍ଥିତ ରହି ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କ ନିକଟରେ ଉପସ୍ଥାପନ କରିଥିଲେ ।  ସମସ୍ତ ସମସ୍ୟାକୁ  ସମାଧାନ କରିବା ପାଇର୍  ସାଂସଦ ଡ଼ ମଲିକ ପ୍ରତିଶୃତି ଦେବା ପରେ ମିଷ୍ଠାନ ବଂଟନ କରାଯାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.