Tuesday , October 4 2022
Home / ବିଶେଷ / ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଯୁବକକୁ ପୋଲିସ ଛାଡି ଦେଲା

ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଯୁବକକୁ ପୋଲିସ ଛାଡି ଦେଲା

କେନ୍ଦ୍ରାପଡା, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଗଜଲକ୍ଷ୍ମୀ ପୂଜା ଭଷାଣୀରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ୨ଦିନ ଅଟକ ଥିବା ଅଭିଯୁକ୍ତ ଯବକଙ୍କୁ ପୋଲିସ ରଫା ଦଫା କରି ଛାଡି ଦେଇଥିବା ଅଭିଯୋଗ ହୋଇଛି  । ଘଟଣାରୁ ପ୍ରକାଶ ଯେ  ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ସେକ ଅଇନୁଲ ନାମକ ଜନୈକ  ଯୁବକ ଗତ ରବିବାର  ରାତି ପ୍ରାୟ ୧୧ଟା ସମୟରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ କଚେରୀ ପଡିଆ ନିକଟରେ ଜଣେ କାର୍ଯ୍ୟରତ ପୋଲିସ କନେଷ୍ଠବଳଙ୍କ ଝିଅକୁ  ଅସଦାଚରଣ କରିଥିଲେ । ଏହି ଘଟଣା ଜଣା ପଡିବା ପରେ ଯୁବତୀଙ୍କ ପାଟି ଶୁଣି ସେଠାରେ ଶତାଧିକ ବ୍ୟକ୍ତି ପହଂଚିି ଯୁବକକୁ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡସ୍ଥିତ ଟାଉନ ଫାଣ୍ଡିକୁ ଆଣି ପୋଲିସ ଜିମା ଦେଇଥିଲେ । ପରେ ଯୁବତୀ ଜଣକ ଟାଉନ ଫାଣ୍ଡିରେ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ । ଅଭିଯୋଗ ପାଇବା  ପରେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏସ.ପି ନୀତି ଶେଖର, ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଟାଉନ ଫାଣ୍ଡିରେ ପହଂଚିି ସିସି ଟିଭି ଫୁଟେଜ ଦେଖିବା ସହିତ ଯୁବକ ଜଣକ ଯୁବତୀଙ୍କୁ ଅସଦାଚରଣ କରିଥିବାର ପ୍ରମାଣ ଦେଖିବାକୁ ପାଇଥିଲେ । ଯୁବକକୁ ସେହି  ଘଟଣାରେ ରାତି ତମାମ ଥାନାରେ ଅଟକ ରଖି ୨୨ ତାରିଖ ଦିନ ରଫା ଦଫା କରି ମୋଟା ଅଙ୍କର ରିସପତ୍  ନେଇ ଛାଡି ଦେଇଥିବା ଅଭିଯୋଗ ହୋଇଛି  । ଏଭଳି ଏକ ଜଘନ୍ୟ  ଅଭିଯୋଗରେ ଏବଂ ସମ୍ବେଦନଶୀଳ ଘଟଣାରେ ପୋଲିସ ଯୁବତୀଙ୍କ ପିତାଙ୍କୁ  ଡକାଇ ମୋଟା ଅଙ୍କର ଅର୍ଥ ନେଇ ଘଟଣାକୁ ଚପାଇ ଦେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ଏଠାରେ ସୂଚନା ଯୋଗ୍ୟ କି ଚଳିତ ବର୍ଷ  ଲକ୍ଷ୍ମୀ ପୂଜାରେ  ଚୋରି, ରାହାଜାନୀ ଓ ଛିନତାଇ ପ୍ରଭୃତିକୁ  ରୋକିବା ଏବଂ ଅପରାଧ  ନିୟନ୍ତ୍ରଣ  କରିବା ଲକ୍ଷ୍ୟରେ ପ୍ରାୟ  ୧୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୩୮ଟି ସିସି ଟିଭି କ୍ୟାମେରା ଲାଗିଥିଲା  । ସିସି ଟିଭି  ଲାଗିବା ପରେବି ପୋଲିସ କିଭଳି ଜଣେ ଅପରାଧିକୁ ମୂଲଚାଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା  ବଦଳରେ ତାକୁ  ଛାଡି ଦେଲା  ତାହା ପୋଲିସର କାର୍ଯ୍ୟ ଦକ୍ଷତା  ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.