Saturday , October 16 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଭଦ୍ରକରେ ପର୍ଯ୍ୟଟନ ପର୍ବ ପାଳିତ

ଭଦ୍ରକରେ ପର୍ଯ୍ୟଟନ ପର୍ବ ପାଳିତ

ଭଦ୍ରକ, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସଂସ୍କୃତିଭବନ ପରିସରରେ ପର୍ଯ୍ୟଟନ ପର୍ବ ପାଳିତ ହୋଇଯାଇଅଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମର୧୫୦ବର୍ଷ ପୂର୍ତୀ ଉପଲକ୍ଷେ ଆୟୋଜିତ ଏହି ପର୍ଯ୍ୟଟନ ପର୍ବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ରୁପେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ ଯୋଗ ଦେଇ ପର୍ଯ୍ୟଟନର ମହତ୍ୱ ଏବଂ ଗାନ୍ଧୀଙ୍କ ଆଗମନ ସହ ଭଦ୍ରକର ସଂପୃକ୍ତି ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ବ୍ଲକ୍ ଏବଂ ଜିଲ୍ଲାସ୍ତରୀୟ ବକ୍ତୁତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆର୍ଥିକ ପୁରସ୍କାରରେ ସଂବର୍ଦ୍ଧିତ କରାଯାଇଥିଲା । ଭଦ୍ରକ ଜିଲ୍ଲା ସ୍କୁଲର ଆକାଂକ୍ଷା ଦେବରଞ୍ଜିତା ଦାସ ପ୍ରଥମ ହୋଇଥିବାବେଳେ କୃଷ୍ଣ କେଶବ ମହାପାତ୍ର ଦ୍ୱିତୀୟ ଓ ବିଭୁକଲ୍ୟାଣ ସେନାପତି ତୃତୀୟସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୋଡାନାଚ ଦ୍ୱାରା ମାହାତ୍ମା ଗାନ୍ଧୀଙ୍କ ଜୀବନୀ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କେନ୍ଦ୍ରପଡାର ଗୋପାଳଦାସ ସ୍ମାରକୀ ସାଂସ୍କୃତିକ ସଂଗଠନ(ଗଡମେକର) ପକ୍ଷରୁ ଆକର୍ଷଣୀୟ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନୀୟ ଅଧିକାରିଣୀ ମୋନାଲିସା ଜେନା ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଗୋଲଖଚନ୍ଦ୍ର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭଦ୍ରକର ଜିଲ୍ଲା ସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ,ଏସବିଡି ଇଂଟରନ୍ୟାସନାଲ ସ୍କୁଲ, ଏବଂ ଏନଆରଆଇ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶେଷରେ ସହକାରୀ ଜିଲ୍ଲାପାଳ ସୈମ୍ୟଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଫଳକରେ ସିମୀତ ପର୍ଯ୍ୟଟନସ୍ଥଳୀ ଗଦାଧର ପୀଠ

ଗରଦପୁର, ୦୯/୦୯/୨୦୨୧(ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀର ପ୍ରତ୍ୟେକ ବାଙ୍କରେ ମହାପୁରୁଷ, ଦେବା ଦେବୀମାନଙ୍କ ପୀଠସ୍ଥଳୀ ଅବସ୍ଥିତ । ଏହି ପୀଠମାନଙ୍କ …

Leave a Reply

Your email address will not be published. Required fields are marked *