Wednesday , January 19 2022
Breaking News
Home / ବିଶେଷ / ବ୍ଲକ୍ ସ୍ତରୀୟ କଠିନ ବର୍ଯ୍ୟବସ୍ତୁ ପରିଚାଳନା କର୍ମଶାଳା

ବ୍ଲକ୍ ସ୍ତରୀୟ କଠିନ ବର୍ଯ୍ୟବସ୍ତୁ ପରିଚାଳନା କର୍ମଶାଳା

ତାରପୁର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲା ଜଳ ଓ ପରିମଳ ମିଶନ ଜଗତସିଂହପୁର ଆୟୋଜିତ ବ୍ଲକ୍ ସ୍ତରୀୟ କଠିନ ବର୍ଯ୍ୟବସ୍ତୁ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।  ବ୍ଲକ୍ ଅଧ୍ୟକ୍ଷା  ସ୍ୱପ୍ନାସରିତା ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ବିଡ଼ିଓ ପଂଚାନନ ପଟାୟତ, ଏବିଡ଼ିଓ ଅଶୋକ କୁମାର ମହାନ୍ତି,  ପାନୀୟ ଜଳ ଯୋଗାଣ ବିଭାଗ ଏସଡ଼ିଓ ବିକାଶ କୁମାର ପତି ଅତିଥି ଭାବେ ଯୋଗ ଦେଇଥିଲେ । ୟୁନିସେଫ କନସୋଲିଟାଂଟ ଗଣେଷ ଷଣ୍ଢ, ଟ୍ରେନର ନିମାଇଁ ଚରଣ ସାସମଲ ଯୋଗଦେଇ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କୁ କଠିନ ବର୍ଯ୍ୟବସ୍ତୁ ପରିଚାଳନା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଜିଲାରୁ ଯେଉଁ ୩ ଗୋଟି ପଂଚାୟତକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି ସେଥିରେ ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଂଚାୟତ ଅନ୍ତର୍ଭୁକ୍ତ ଥିବା ପ୍ରକାଶ କରିଥିଲେ । କଠିନ ବର୍ଯ୍ୟବସ୍ତୁର ପ୍ରକାରଭେଦ ଓ ଏହାର କିପରି ସୁପରିଚାଳନା କରାଯାଇ ପରିବେଶକୁ ସ୍ୱଛ ଓ ସୁନ୍ଦର କରାଯାଇପାରିକ ଅତିଥିମାନେ ଏଥିପ୍ରତି ଆଲୋକପାତ କରିଥିଲେ । ଏହି କର୍ମଶାଳାରେ  ତାରପୁର ସମିତି ସଭ୍ୟ ସରୋଜ କୁମାର ଦାଶ, ବିଦ୍ୟାଧରପୁର ସରପଂଚ ସୂର୍ଯ୍ୟନାରାୟଣ ନାୟକ,  ଚିକିଣିଆ ସରପଂଚ ଶର୍ମିଷ୍ଠା ସ୍ୱାଇଁ, ପୁରୁଣାବସନ୍ତ ସରପଂଚ ଚନ୍ଦନା ମହାନ୍ତି, ଏରଡ଼ଙ୍ଗା ସରପଂଚ ଛବିତା ମହାନ୍ତି, ସାଦେଇପୁର ସରପଂଚ ଡ଼ମ୍ବରୁଧର ବେହେରା,  ରେଢ଼ୁଆ ସରପଂଚ ଜ୍ୟୋତିର୍ମୟୀ ଜେନା, ଛପଡ଼ା ସରପଂଚ ବିଜୟ କୁମାର ସ୍ୱାଇଁ, ଗୁଆଳିପୁର ସରପଂଚ ଜାନକୀ ବଲଭ ସ୍ୱାଇଁ, ଜଗନ୍ନାଥପୁର ସରପଂଚ ମେହେବୁବ ବେଗ ଙ୍କ ସମେତ  ବ୍ଲକ୍ ର ୧୯ ଗୋଟି ପଂଚାୟତର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ ।  ରଘୁନାଥପୁର ବ୍ଲକ୍ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଶ୍ରଦ୍ଧାଂଜଳୀ ଦାସ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୭୯୨ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର …

Leave a Reply

Your email address will not be published. Required fields are marked *