Monday , October 18 2021
Breaking News
Home / ବିଶେଷ / ‘ବାଲ୍ୟ ବିବାହକୁ ନାଁ’ – ‘ବିଦ୍ୟାଳୟକୁ ହଁ ’ ସଂପର୍କିତ ଅଭିଯାନର ଶୁଭାରମ୍ଭ

‘ବାଲ୍ୟ ବିବାହକୁ ନାଁ’ – ‘ବିଦ୍ୟାଳୟକୁ ହଁ ’ ସଂପର୍କିତ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ମୁଁ ପ୍ରତିଜ୍ଞା କରୁଛି ଯେ, ନିଜେ ବାଲ୍ୟ ବିବାହ କରିବି ନାହିଁ । ବାଲ୍ୟ ବିବାହ ହେଉଥିଲେ ବନ୍ଦ କରିବାକୁ ପ୍ରୟାସ କରିବି । ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ଅତି କମ୍ରେ ଦଶ ଜଣ କିଶୋର, କିଶୋରୀ, ଯୁବକ, ଯୁବତୀଙ୍କୁ ଜଣାଇବି ଓ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିବି । ମୁଁ ପ୍ରତିଜ୍ଞା କରୁଛି ଯେ, ଶିଶୁ ଶ୍ରମିକ ପ୍ରଥାକୁ ମୁଁ ସର୍ବଦା ବିରୋଧ କରିବି ଓ ଏହାକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ସର୍ବଦା ଚେଷ୍ଟିତ ହେବି । ଏକଥା ଆଜି ଦେଖିବାକୁ ମିଳିଥିଲା ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ, ହାଉସିଂବୋର୍ଡ କଲୋନୀ, ଚନ୍ଦ୍ରଶେଖରପୁର, ଫେଜ୍-୧ ବିଦ୍ୟାଳୟ ଠାରେ । ସିସିଡବ୍ଲୁଡି ଓ ଆକ୍ସନ୍ଏଡ୍ଙ୍କ ଯୁଗ୍ମ ଆୟୋଜନରେ ‘ବାଲ୍ୟ ବିବାହକୁ ନାଁ’ – ‘ବିଦ୍ୟାଳୟକୁ ହଁ’ ସଂପର୍କୀତ ଅଭିଯାନକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶୁଭାରମ୍ଭ କରି କହିଲେ ଯେ ବାଲ୍ୟ ବିବାହ ଶିଶୁ ଅଧିକାରର ଉଲଂଘନ । ପ୍ରତ୍ୟେକଟି ଶିଶୁ ବିଦ୍ୟାଳୟ ପରିସରଭୁକ୍ତ ହେବା ଜରୁରୀ । ବାଲ୍ୟବିବାହର ଅପକାରିତା ଓ ଶିକ୍ଷା ଅଧିକାର ଆଇନ୍ ବାବଦରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ସଚେତନତା କରାଯାଇଥିଲା । ଏଥିରେ ଆକ୍ସନ୍ଏଡ୍ ର ଆଂଚଳିକ ପରିଚାଳକ ଦେବବ୍ରତ ପାତ୍ର, ଜାତୀୟ କାର୍ଯ୍ୟକ୍ରମ ପ୍ରବନ୍ଧକ ଘାସିରାମ ପଣ୍ଡା, ରାଜ୍ୟ ପ୍ରବନ୍ଧକ ବି.ଏନ୍. ଦୁର୍ଗା, ଶୁଭେନ୍ଦୁ କୁମାର ରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଣୁମଂଜରୀ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ସିସିଡବ୍ଲୁଡିର ଇପ୍ସିତା ଅଗ୍ରୱାଲ ପ୍ରଦାନ କରିଥିଲେ । ଏହି ଅବସରରେ ଶପଥ ପାଠ ସହ ହାତଛାପା ମାଧ୍ୟମରେ ସଚେତନତା କରାଯାଇଥିଲା । ଏହି କ୍ରମରେ ଆଜି ରାଜ୍ୟର କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ, ଢ଼େଙ୍କାନାଳ ଓ ଗଂଜାମ ଜିଲ୍ଲାରେ ଶତାଧିକ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଆଗାମୀ ଦିନ ମାନଙ୍କରେ ପ୍ରତି ମାସରେ ବିଦ୍ୟାଳୟ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହେବ ବୋଲି ଆୟୋଜକ ମତପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *