ପାରାଦୀପ ୨୨/୧୦/୨୦୧୯(ଓଡ଼ିଶା ସମାଚାର)-ବନ୍ଦର ନଗରୀ ପାରାଦୀପରେ ପୃଥକ ପୃଥକ ଭାବେ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଛି । ସୋମାବର ଘଟିଥିବା ପ୍ରଥମ ଘଟଣାଟି ଗୋପାଳଜିୟୁ କଲୋନୀର ୪ନଂ ଗଳିରେ ଅନିଲ କୁମାର ରାଉଳ, ୫୨ବର୍ଷ ନାମକ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବୃନ୍ଦାବନ କଲୋନୀର ୮ବର୍ଷର ଛୋଟ ଝିଅ ଛଦ୍ମନାମ ଡଲି ଓଢଣୀରେ ଖେଳୁଥିବା ସମୟରେ ବେକରେ ଗୁଡାଇ ହୋଇ ଯିବାରୁ ମୃତୁ୍ୟ ଘଟିଛି । ଏହି ଦୁଇ ଅଭାବନୀୟ ଘଟଣାର ପାରାଦୀପ ଆଦର୍ଶ ଥାନା ତରଫରୁ ୩୧/୧୯ ଏବଂ ୩୨/୧୯ କେସ୍ ରୁଜୁ କରି ଦୁଇଟି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇ ଥିବା ଖବର ମିଳିଛି । ଓଡ଼ିଶା ସମାଚାର