ବାଲେଶ୍ୱର, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ଦି ନୁ୍ୟ ହୋପ ସଂଗଠନ’ ପକ୍ଷରୁ ବିଶ୍ୱ ଧଳାବାଡ଼ି ସପ୍ତାହ ପାଳିତ ହୋଇଯାଇଛି । ସହରର ଗାନ୍ଧୀସ୍ମୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ଅଶ୍ୱିନୀ କୁମାର ଦାସ ସଭାପତିତ୍ୱ କରିଥିଲେ । ଆଂଚଳିକ ପରିବହନ ଅଧିକାରୀ ବିକାଶ କୁମାର ଚୌଧୁରୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୃଷ୍ଟିହୀନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଧେଶ୍ୟରେ ସବୁ ମହଲରୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୃଷ୍ଟିବାଧିତ ବ୍ୟକ୍ତିମାନେ ଧରୁଥିବା ଧଳା ବାଡି ସେମାନଙ୍କ ପାଇଁ ନୁହେଁ ବରଂ ସାଧାରଣ ଜନତାଙ୍କ ପାଇଁ ଏକ ଚିହ୍ନ ସଦୃଶ ଅଟେ । ଧଳବାଡି ଧାରଣକାରୀ ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ସେମାନଙ୍କ ସହାୟତା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ଡାକ୍ତର ଦାସ କହିଥିଲେ । ବାଲେଶ୍ୱର ଟ୍ରାଫିକ ଥାନା ଏସଆଇ ପ୍ରଶାନ୍ତ ରଣସିଂହ, ଯୁବ ସଂଗଠକ ବିକ୍ରମ ପଣ୍ଡା, ବିଜୟାଞ୍ଜଳି ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ ଭାଗବତ ପ୍ରସାଦ ଦାସ, ଶିକ୍ଷକ ପ୍ରଦୀପ ମିଶ୍ର, ଅଧ୍ୟାପକ ପ୍ରଫେସର ହେମସାଗର ପାଣିଗ୍ରାହୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଦି ନୁ୍ୟ ହୋପର ସଭାପତି ସଂଗ୍ରାମ ପଣ୍ଡା ଏଥିରେ ଯୋଗଦେଇ ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଅଭୁ୍ୟଦୟ ଦାସ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନେ ବାଲେଶ୍ୱର ସହରର ବହୁ ଦୃଷ୍ଟିହୀନଙ୍କୁ ଧଳା ବାଡି ଓ ଟୋପି ପ୍ରଦାନ କରିଥିଲେ । ରବୀନ୍ଦ୍ର ପତି, ଅସୋକ ଆଢ୍ୟ, ସୁଶାନ୍ତ ରଣା, ରାଜେଶ ଶର୍ମା, କୌଶିକ ଚାନ୍ଦ, ପ୍ରବୀର ଦାସ, ବିଜେତା ରଣା, ସାଗରିକା ମହାନ୍ତି, ଚିତରଞ୍ଜନ ପାଣିଗ୍ରାହୀ, ଗୌରୀଶଙ୍କର ଆଚାର୍ଯ୍ୟ, ସଂଗ୍ରାମ ନାୟକ ପ୍ରମୁଖ ସଂଗଠନର ସଦସ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର