Friday , September 29 2023
Breaking News
Home / ବିଶେଷ / ଚାରିଥାନ ପୋଦ୍ଧାର ବୈଶ୍ୟ ସ୍ୱର୍ଣ୍ଣକାର ସଂଘର ବୈଠକ

ଚାରିଥାନ ପୋଦ୍ଧାର ବୈଶ୍ୟ ସ୍ୱର୍ଣ୍ଣକାର ସଂଘର ବୈଠକ

ତାରପୁର, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଚାରିଥାନ ପୋଦ୍ଧାର ବୈଶ୍ୟ ସ୍ୱର୍ଣ୍ଣକାର ସଂଘର ସାଧାରଣ ଅଧିବେଶନ ଉପସଭାପତି ବାଳକୃର୍ଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂଘର ସମ୍ପାଦକ ସୁରେନ୍ଦ୍ର ସାହୁ ବାର୍ଷିକ ଆୟ ବ୍ୟୟ ଅଟଳଳ ପ୍ରକାଶ କରିଥିଲେ । ସହ ସମ୍ପାଦକ ଭାଗ୍ୟଧର ସାହୁ ପୋଦ୍ଧାର ବୈଶ୍ୟ ସ୍ୱର୍ଣ୍ଣକାର ସମ୍ପ୍ରଦାୟର କୌଳିକ ବୃତି କିପରି ଦିନକୁ ଦିନ ଧରାଶାୟୀ ହେଉଛି , ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ ।  ଏହି ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତବ୍ୟକ୍ତ କରିଥିଲେ ।  ସଂଘର ଅନ୍ୟାନ୍ୟ ସମସ୍ୟା  ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା ।  ଉକ୍ତ ସଭାରେ ସୁରେନ୍ଦ୍ର ସାହୁ,ଭାଗ୍ୟଧର ସାହୁ,ବିଷ୍ଣୁ ଚରଣ ସାହୁ, ଅଭିରାମ ସାହୁ,ରବିନ୍ଦ୍ର ସାହୁ,କୈଳାସ ମହାରଣା,ପ୍ରସନ୍ନ ସାହୁ,ତାରା ପ୍ରସନ୍ନ ସାହୁ,ନକୁଳ ସାହୁ, ନରେନ୍ଦ୍ର ସାହ.ନବଘନ ସାହୁ ଙ୍କ ସମେତ  ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଶେଷରେ ବାଳକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *