Friday , September 22 2023
Breaking News
Home / ତାଜା ଖବର / ଗ୍ରାମସଭା ପାଲଟିଲା ରଣକ୍ଷେତ୍ର , ଛୁରାମାଡ଼ରେ ୨ ମୃତ, ୪ ଗୁରୁତର ଆହତ

ଗ୍ରାମସଭା ପାଲଟିଲା ରଣକ୍ଷେତ୍ର , ଛୁରାମାଡ଼ରେ ୨ ମୃତ, ୪ ଗୁରୁତର ଆହତ

ମାଲକାନାଗିରି, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଗ୍ରାମ ସଭାରେ ଗଣ୍ଡଗୋଳ । ଛୁରାମାଡ଼ରେ ଜଣେ ମହିଳା ଓ ଜଣେ ପୁରୁଷ ଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୩୩ ଗାଁ ରେ ବସିଥିଲା ଖାପ୍ ପଂଚାୟତ ହେଲେ ତାହା ରଣକ୍ଷେତ୍ରରେ ପରିଣତ ହେଲା । ଛୁରାମାଡ଼ରେ ଗ୍ରାମର ମାଧବୀ ରାୟ ଓ ବିଶ୍ୱଜିତ ରାୟଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ମାଲକାନାଗିରି ମୁଖ୍ୟ ହସପିଟାଲ ରେ ଭର୍ତି କରାଯାଇଛି । ଜଣେ ଅଭିଯୁକ୍ତକୁ ଗ୍ରାମବାସୀ କାବୁକରି ପୋଲିସ୍ ଜିମା ଦେଇଛନ୍ତି । ଗାଁ ରେ ଉତେଜନା ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *