Sunday , October 1 2023
Home / ବିଶେଷ / ଗଣମାଧ୍ୟମ ପ୍ରତିନିଧିଙ୍କୁ  ପୋଲିସର ମାଡ ଅଭିଯୋଗ

ଗଣମାଧ୍ୟମ ପ୍ରତିନିଧିଙ୍କୁ  ପୋଲିସର ମାଡ ଅଭିଯୋଗ

କେନ୍ଦ୍ରାପଡା, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଜନୈକ   ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ  ମାଡ ମାରିଥିବା ଅଭିଯୋଗ ହୋଇଛି ।  ଗତ ସୋମବାର ରାତିରେ କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଭସାଣୀ ଉସôବ ଚାଲିଥିବା ବେଳେ ଲକ୍ଷ୍ମୀକାନ୍ତ ନାୟକ ନାମକ ଜଣେ  ସାମ୍ବାଦିକ  ଭସାଣୀ ଉସôବର ଫଟୋ ଉଠାଉଥିଲେ । ସେହି ସମୟରେ  ନୂଆବସଷ୍ଟାଣ୍ଡ ବାଇପାସ ଛକରେ ମୀରପାଟଣା ଗ୍ରାମର ଦ୍ରୌପଦୀ ବସ୍ତ୍ରହରଣ ମେଢ ଭସାଣୀ ଘାଟକୁ ଯାଉଥିବା ବେଳେ କୌଣସି କାରଣରୁ ୨ ମେଢ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ।  ସେଠାରେ କାର୍ଯ୍ୟରତ ପୋଲିସ ଫୋର୍ସ  ଏହି ମେଢ କର୍ମକର୍ତା ଓ ସହଯୋଗୀମାନଙ୍କ ଉପରକୁ ମୃଦୁ ଲାଠିଚାଳନା ଆରମ୍ଭ କରିଥିଲେ । ସାମ୍ବାଦିକ ଶ୍ରୀ ନାୟକ ଏହି ଘଟଣାର ଫଟୋ ଉଠାଉଥବାର  ଦେଖି  କାର୍ଯ୍ୟରତ ପୋଲିସ  ସଂପୃକ୍ତ ସାମ୍ବାଦିକଙ୍କୁ ଘେରିଯାଇ ଧକ୍କାମାରି ତଳେ ପକାଇଦେଇ ମୋବାଇଲଟିକୁ ତାଙ୍କ ହାତରୁ ଛଡାଇ ନେଇଥିଲେ । ମୋବାଇଲକୁ ତଳେ ଫିଙ୍ଗି ତାହା ଉପରେ ଚଢି ଭାଙ୍ଗି ଦେଇଥିଲେ । ମୋବାଇଲଟିକୁ ଲକ୍ଷ୍ମୀକାନ୍ତ ତଳୁ ଆଣିବାକୁ ଯିବାବେଳେ ତାଙ୍କୁ ଘୋଷାଡି ପୁଣି ପିଟିଥିବା ସମୟରେ ସେ  ତଳେ ପଡିଯିବାରୁ  ତାଙ୍କର ଦୁଇହାତ ଓ ଗୋଡ ଖଣ୍ଡିଆ ଖାବରା ହୋଇଥିବା  ଅଭିଯୋଗ ହୋଇଛି  ।  ଏହା ଛଡା ନିକଟରେ କେନ୍ଦ୍ରାପଡା ଏସ.ପି ନୀତି ଶେଖର ଉପସ୍ଥିତଥିଲେ ମଧ୍ୟ ଏସ.ପି ଏହି ଘଟଣାରେ କିଛି ବି ହସ୍ତକ୍ଷେପ କରିନଥିଲେ । ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ  ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଏଭଳି  ଅସୌଜନ୍ୟ ବ୍ୟବହାରର ପ୍ରତିବାଦରେ ସାମ୍ବାଦିକ ମାନେ ଜିଲ୍ଲପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଘଟିଥିବା ଏପରି ବର୍ବରତାର ଭିଡିଓ ଚିତ୍ର ସେଠାରେଥିବା ସିସିଟିଭି କ୍ୟାମେରାରେ ନିଶ୍ଚୟ ଉତୋଳିତ ହୋଇଛି । ଏହି ଭିଡିଓ ଫୁଟେଜକୁ ଯାଂଚ କରିବା ସହିତ ଏକ ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତ ପୋଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *