ଖୋର୍ଦ୍ଧା, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଆଇନ ଜୀବି କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାରଙ୍କ ତରଫରୁ ୧୦୦ କୋଟି ଟଙ୍କା ପ୍ରଦାନ ଏବଂ ରାଜ୍ୟର ସମସ୍ତ ଆଇନ ଜୀବି ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବି ନେଇ ନୀଖିଳ ଓଡ଼ିଶା ଆଇନ ଜୀବି ସଂଘ ପକ୍ଷରୁ ଏକ ଦାବି ପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ପ୍ରଦାନ କରାଯାଇଛି । ଏହି ପରିପେକ୍ଷୀରେ ଆୟୋଜିତ ଏକ ଶୋଭା ଯାତ୍ରା କଟକ ଫୋ÷ଜଦାରୀ ଅଦାଲତ ନିକଟରୁ ବାହାରି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଯାଇ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା । ଏହି ଶୋଭା ଯାତ୍ରାରେ ନୀଖିଳ ଓଡ଼ିଶା ଆଇନଜୀବି ସଂଘର ଉପସଭାପତି ଅକ୍ଷୟ କୁମାର ପତି, ଶୁଶାନ୍ତ କୁମାର ବରାଳ ସଂଗଠନ ସମ୍ପାଦକ ବିଭୁପ୍ରସାଦ ମହାପାତ୍ର, ମୁକ୍ତିକାନ୍ତ ଦାସ, ଅଜୟ କୁମାର ମହାରଣା, ଗଗନ ବାରିକ, ସଂଗ୍ରାମ ଦାଶ, ଦେବାଶିଷ ମିଶ୍ର, ତେଜସ୍ମିତା ମହାପାତ୍ର, ଅଶୋକ କୁମାର ଦଳେଇ, ମନୋରଂଜନ ବିଶ୍ୱାଳ, ଦିଲ୍ଲୀପ କୁମାର ପଟ୍ଟନାୟକ, କୈଳାସ ମିଶ୍ର, କ୍ଷୀରୋଦ ରାଉତ, ହେମନ୍ତ ମହାନ୍ତି, ସତ୍ୟବ୍ରତ ପ୍ରଧାନଙ୍କ ସମେତ ଶତାଧିକ ଆଇନଜୀବି ସାମିଲ ଥିଲେ ବୋଲି ନୀଖିଳ ଓଡ଼ିଶା ଆଇନଜୀବି ସଂଘର ସଭାପତି ତଥା ଖୋରଧାର ବରିଷ୍ଠ ଆଇନଜୀବି ବିଚିତ୍ର କୁମାର ବଡ଼ଜେନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଓଡ଼ିଶା ସମାଚାର