ବାଲେଶ୍ୱର, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (ଆଇଏନଟିୟୁସି)ର ବାଲେଶ୍ୱର ଯୁବ ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜାତୀୟ ରାଜପଥ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଶାଖାର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଏଥିରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ବାଲେଶ୍ୱର ସମେତ ରାଜ୍ୟର କଂଗ୍ରେସ ଶାସନ କାଳରେ ପ୍ରତିଷ୍ଠା ହୋଇଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ସମ୍ପ୍ରତି ରୁଗଣ ସ୍ଥିତିରେ ପହଂଚିଥିବା ବେଳେ ଏହାର ପୁନରୁଥାନ ପାଇଁ ସରକାର ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ନାୟକ କହିଥିଲେ । ସାମ୍ପ୍ରତିକ ସ୍ଥିତିରେ ବେକାରୀ ସମସ୍ୟା ଉକ୍ରଟ ହୋଇଥିବା ବେଳେ କେତେକ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକମାନେ ବି ନିର୍ଯାତନାର ଶିକାର ହୋଇଚାଲିଛନ୍ତି । ଏନେଇ ଆଗାମୀ ଦିନରେ ଆଇଏନଟିୟସି ଯୁବଶାଖା ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପ୍ରସ୍ତୁତ ହେବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ସଂଗଠନର ଜିଲ୍ଲା ସଭାପତି ବିକାଶ କୁମାର ଦାସ ଏଥିରେ ସଭପତିତ୍ୱ କରିବା ସହ ସରକାରଙ୍କ ଶ୍ରମନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଆଇଏନଟିୟୁସି ଯୁବ ଶାଖାର ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ସାଗର ରଂଜନ ପରିଡ଼ା, ଜିଲ୍ଲା କମିଟି ସଦସ୍ୟ ମନୋଜ କୁମାର ଦାସ, ସୁଶାନ୍ତ ସାହୁ, ରମେଶ ଚନ୍ଦ୍ର ଦାସ, ଅଜିତ୍ ଦାସମହାପାତ୍ର, ସୁଧାକର ରାଉତ, ଗୀତାଞ୍ଜଳି ମଲ୍ଲିକ, ଅନୀତା ଗିରି, ମଧୁସୂଦନ ଖଣ୍ଡା, ତପନ ବେହେରା, ସୁରେଶ କୁମାର ଜେନା ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର