ଯାଜପୁର, ୨୨/୧୦/୨୦୧୯(ଓଡ଼ିଶା ସମାଚାର)-ଯାଜପୁର ଲଳିତେଶ୍ୱର ନଗର ସ୍ଥିତ ଅମ୍ବିକା ମଣ୍ଡପରେ ଅଶୋକ ଦାସ ଫାଉଣ୍ଡେସନ୍ ପକ୍ଷରୁ ସାପ୍ତାହିକ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ବିଧାୟକଙ୍କ ମା’ ସନ୍ଧ୍ୟାରାଣୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ପୁର୍ବତନ ପୈାରପାଳ ସ୍ୱର୍ଗତ ଉକôଳ ଦାସଙ୍କ ପତ୍ନୀ ସନ୍ଧ୍ୟା ଦାସ ଅତ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ । ଫାଉଣ୍ଡେସନର କର୍ମକର୍ତା ରମଣି ରଂଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ରେଡ଼କ୍ରସ୍ ସୋସାଇଟିର ସମ୍ପାଦକ ତଥା ଡ଼େପୁଟି କଲେକ୍ଟର କୂଳମଣି ନାୟକ, ପୁର୍ବତନ ପୈାରପାଳ ଭବପ୍ରସାଦ ଦାସ,ସମାଜସେବୀ ପ୍ରଭା ପଣ୍ଡା,ବିଜେଡ଼ି ବ୍ଲକ ସଭାପତି ପରେଶ ବିଶ୍ୱାଳ, ଚନ୍ଦ୍ରଶେଖର ରାଉତରାୟ, ଜିଲା ପରିଷଦ ସଭ୍ୟ ଗଣେଶ ମହାକୁଡ଼, ପ୍ରକାଶ ତ୍ରୀପାଠି, ମଳୟ ପଣ୍ଡା, ଅଶୋକ ଦାସ ଫାଉଣ୍ଡେସନ୍ ପକ୍ଷରୁ ସିଦ୍ଧାର୍ଥ ଦାସ, ବ୍ୟାସଦେବ ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିର ପରିଦର୍ଶନ କରି ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ । ରକ୍ତଦାନ ଏକ ମହତଦାନ, ଏହି ଦାନ ଦ୍ୱାରା ଅନ୍ୟର ଜୀବନକୁ ରକ୍ଷା କରାଯାଇ ପାରେ ବୋଲି ପ୍ରକାଶ କରିବା ସହିତ ଜୀବନରେ ସମସ୍ତେ ଥରୁଟିଏ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ରକ୍ତଦାନ ଶିବିରରେ କେବଳ ଚଇନପୁର ପଂଚାୟତର ମହିଳାମାନେ ସାମିଲ ହୋଇ ରକ୍ତଦାନ କରିଥିଲେ । ଜିଲାରେ ରକ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲା ରେଡ଼କ୍ରସ ସୋସାଇଟି ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ପ୍ରତ୍ୟେକ ରବିବାର ଏଭଳି ରକ୍ତଦାନ ଶିବିରର ଆୟୋଜନ କରାଯାଉଥିବା ପ୍ରକାଶ । ଏହି ରକ୍ତଦାନ ଶିବିରରେ ସର୍ବମୋଟ ୫୩ଜଣ ମହିଳା ସ୍ୱେଛାକୃତ ଭାବେ ରକ୍ତଦାନ କରିଥିବା ଏକ ଉଦାହରଣ ସୃଷ୍ଟି କରିଛି । ମହିଳା ମାନେ ପୁରୁଷ ମାନଙ୍କ ସହ ପାଦକୁ ପାଦ ମିଳାଇ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ଆଗକୁ ଆସିଥିବା ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଛନ୍ତି । ଏହି ରକ୍ତଦାନ ଦ୍ୱାରା ଜିଲାରେ ଥିବା ଥାଲାସେମିଆ ରୋଗିମାନଙ୍କ ସେବାରେ ସହାୟତା ହୋଇପାରିବ ଆଶା କରାଯାଇଛି । ଓଡ଼ିଶା ସମାଚାର
