Wednesday , October 4 2023
Breaking News
Home / ବିଶେଷ / ସୁନାବେଡ଼ା ପୌର ପରିଷଦର ବୈଠକ

ସୁନାବେଡ଼ା ପୌର ପରିଷଦର ବୈଠକ

ସୁନାବେଡ଼ା,୨୧/୧୦/୨୦୧୯(ଓଡ଼ିଶା ସମାଚାର)-ସୁନାବେଡ଼ା ପୌର ପରିଷଦର ସଭାଗୃହରେ ପାରିଷଦ ବୈଠକ ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲସୁନାବେଡ଼ା ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି କହିବା ସହିତ ସମସ୍ତ ମୌଳିକ ସୁବିଧା ଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି କହିଥିଲେ । ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ କହିଥିଲେ ପୌର ପରିଷଦକୁ ଏକ ଆଦର୍ଶ ପୌର ପରିଷଦ ଭାବେ ଗଢ଼ିବାକୁ ଯେଉଁ ସମସ୍ତ ପଦକ୍ଷେପ ନିଆଯାଉଛି ସେଥିରେ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ପୌର ପରିଷଦରେ ସ୍ୱଚ୍ଛତା ପାଇଁ ବିଭିନ୍ନ ପ୍ରକାର ଗୋଷ୍ଠୀ ପାଇଖାନା, ସାହି, ବସ୍ତିରେ ପାଇଖାନାମାନ ନିର୍ମାଣ କରାଯାଇଛି ଓ ମଇଳା ପକାଇବା ପାଇଁ ବହୁ ଡଷ୍ଟବିନ ର ବ୍ୟବସ୍ଥା କରାଯାଇଛି । ଏଣୁ ଲୋକେ ଆଗକୁ ଆସି ସହଯୋଗ କଲେ ନିଶ୍ଚିତ ଭାବେ ପୌର ପରିଷଦ ଅଂଚଳରେ ସ୍ୱଚ୍ଛତା ଆସିପାରିବ ବୋଲି କହିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ପୌର ପରିଷଦର ଭବିଷ୍ୟତ ଯୋଜନା, ଅଟକଳ ଓ ବଜେଟ୍ ଉପରେ ଆଲୋକପାତ କରିଥିଲେ । ସୁନାବେଡ଼ା ଓ ସେମିଳିଗୁଡା ଅଂଚଳ ଏକ କ୍ରମବର୍ଦ୍ଧିଷ୍ଣୁ ସହର ଏହାର ସହିତ ଉଭୟ ସହରରେ ଜନସଂଖ୍ୟା, ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ବହୁ କାର୍ଯ୍ୟାଳୟ ଏବଂ ଉଭୟ ସହର ବ୍ୟବସାୟର ପେଣ୍ଠ ହୋଇଥିବା ଯୋଗୁଁ ଦୈନିକ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଏହାକୁ ଆଖି ଆଗରେ ପୌର ପରିଷଦ ପକ୍ଷରୁ ବିଭିନ୍ନ ଛକଜାଗା ମାନଙ୍କରେ ସିସି କ୍ୟାମେରା ଲଗାଯିବାର ବ୍ୟବସ୍ଥା ଅତିଶୀଘ୍ର କରିବା ପାଇଁ ମତପ୍ରକାଶ ପାଇଥିଲା । ବୈଠକରେ ଏହା ଆଗତ କରିଥିବାରୁ ଭୂୟସୀ ପ୍ରଶଂସା କରିବା ସହ ଏହାର ଦୃଢ଼ ସମର୍ଥନ କରିବା ସହ ଏହା ଅତିଶୀଘ୍ର ଲାଗୁ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କୁ ନିର୍ଦେଶ ଦେଇଥିଲେ । ସିସି କ୍ୟାମେରା ଲଗାଇବା ଦ୍ୱାରା ଲୋକଙ୍କ ମଧ୍ୟରେ ଶୃଙ୍ଖଳା ଆସିବ ଓ ଅପରାଧକୁ ମଧ୍ୟ ରୋକାଯାଇପାରିବ ବୋଲି ବିଧାୟକ ଶ୍ରୀ ପଡ଼ାଲ କହିଥିଲେ । ପୌର ପରିଷଦ ଅଂଚଳବାସୀଙ୍କ ମନୋରଞ୍ଜନ ପାଇଁ ସେମିଳିଗୁଡା ନିକଟସ୍ଥ ଜାନୀଗୁଡାରେ ଏକ ନୌବିହାର କରିବା ପାଇଁ ଭିତିଭୂମି ତିଆରି କରି ଅତିଶୀଘ୍ର କାର୍ଯ୍ୟକାରୀ କରିବା ଏହାଦ୍ୱାରା ସ୍ଥାନୀୟ ଯୁବକଙ୍କୁ କର୍ମ ରୋଜଗାର ମିଳିପାରିବ ବୋଲି ମତପ୍ରକାଶ ପାଇଥିଲା । ଏହାକୁ କାର୍ଯ୍ୟକାରୀ କରିବାକୁ ସେ ନିଜେ ଏହାର ଅନୁଧ୍ୟାନ କରିବେ ବୋଲି ବିଧାୟକ ଶ୍ରୀ ପଡ଼ାଲ କହିଛନ୍ତି । ସେମିଳିଗୁଡା କଲେଜ ରୋଡ ଦୀର୍ଘଦିନ ହେଲା ମରାମତି ନ ହୋଇ ଖଣ୍ଡିଆଖାବରା ହୋଇ ରହିଛି ଅତିଶୀଘ୍ର ଏହାର ମରାମତି କରିବା, ୨୦୧୯-୨୦ ନିମନ୍ତେ କାର୍ଯ୍ୟ ଖସଡ଼ା ଓ ପୌର ପରିଷଦର ସମସ୍ତ ଖଣ୍ଡିଆଖାବରା ରାସ୍ତାକୁ ତୁରନ୍ତ ମରାମତି କରିବାକୁ ପାରିଷଦ ବୈଠକରେ ନିଷ୍ପତିି ନିଆଯାଇଥିବା ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଉପନଗରପାଳ ରତ୍ନାକର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଲକ୍ଷ୍ମୀଧର ମହାପାତ୍ର ସହଯୋଗ କରିଥିଲେ । ପୌର ପରିଷଦର ସମସ୍ତ କର୍ମଚାରୀ ଓ ପାରିଷଦ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *