Sunday , October 17 2021
Breaking News
Home / ସ୍ୱାସ୍ଥ୍ୟ /   ବିଶ୍ୱ ଆୟୋଡିନ ଅଭାବ,କୁପରିଣାମ ପ୍ରତିହତ ଦିବସ  ପାଳିତ

  ବିଶ୍ୱ ଆୟୋଡିନ ଅଭାବ,କୁପରିଣାମ ପ୍ରତିହତ ଦିବସ  ପାଳିତ

ଜଗତସିଂହପୁର ୨୧/୧୦/୨୦୧୯(ଓଡ଼ିଶା ସମାଚାର)- ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସମ୍ମିଳନୀ କକ୍ଷରେ ବିଶ୍ୱ  ଆୟୋଡିନ ଅଭାବ,କୁପରିଣାମ ପ୍ରତିହତ ଦିବସ ପାଳିତ ହୋଇଯାଇଅଛି । ଦିବସଟିକୁ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲା  ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଗୁଂଜର ଚରଣ ମହନ୍ତ କହିଲେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ଖାଦ୍ୟରେ ଆୟୋଡିନର ଅଭାବ ଥିଲେ ବିଭିନ୍ନ ରୋଗ ଯଥା-ଗଳଗଣ୍ଡ,ମାନସିକ ବିକୃତ,ଓଜନବଢିଯିବା,ଚର୍ମଶୁଷ୍କ ହୋଇଯିବା, ଦୁର୍ବଳ ଲାଗିବା ଭଳି ରୋଗ ହୋଇଥାଏ । ପ୍ରତି ରୋଗକୁ  ପ୍ରତିହତ କରିବା ପାଇଁ ଆୟୋଡିନର ଆବଶ୍ୟକତା ରହିଛି । ତେଣୁ ଦୈନଦିନ ଜୀବନରେ ଆୟୋଡିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ଏହି ଦିବସରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ)ଡା.ଶ୍ରୀ ରାୟ ଯୋଗଦେଇ କହିଲେ ଆୟୋଡିନର ଅଭାବ ରୋଗର କାରଣ ହୋଇଥାଏ । ୧୯୯୨ ମସିହାରୁ ରାଜ୍ୟ ସରକାର କେବଳ ଆୟୋଡିନ ଯୁକ୍ତ ଲୁଣ ବିକ୍ରି ଉପରେ ନିଷ୍ପତି ଗ୍ରହଣ କରିଥିଲେ । ପାର୍ବତ୍ୟ ଅଂଚଳରେ ଥିବା ମାଟିରେ ଆୟୋଡିନ ଅଭାବ ଥାଏ,ସେଠାରୁ ମିଳୁଥିବା ପନିପରିବା,ଶାଗ ସବଜିରେ ଆୟୋଡିନ କମ ପରିମାଣରେ ଥାଏ । ସାଧାରଣତଃ ଜଣେ ବ୍ୟକ୍ତି ୫ରୁ୧୦ମିଲିଗ୍ରାମ ଲୁଣ ବ୍ୟବହାର  କରିଥାଏ । ବ୍ରେଡ,କ୍ଷୀର, କଦଳୀ, ଦହି,ଅଣ୍ଡାର କେଶରରେ, କନ୍ଦମୂଳ, ପାଳଙ୍ଗ ଶାଗ ଇତ୍ୟାଦିରେ ଆୟୋଡିନ ଥାଏ । ଆଶାକର୍ମୀମାନେ ଆୟୋଡିନ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଗର୍ଭବତୀ ମହିଳାଙ୍କୁ ସଚେତନତା କରାଇବା ପାଇଁ ଡା. ଶ୍ରୀ ରାୟ ପରାମର୍ଶ ଦେଇଥିଲେ । ଏହି ଦିବସରେ ଏପିଡେମିଷ୍ଟ ଡା.ଅଶୋକ କୁମାର ସାହୁ ଯୋଗଦେଇ ଆୟୋଡିନଯୁକ୍ତ ଖାଦ୍ୟ ଖାଇବା ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଏହି ଦିବସରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର(ଜାତୀୟ ସ୍ୱାସ୍ଥ୍ୟ ମିଶନ) ଶ୍ରୀ ଚକ୍ରଧର ଜେନା ଯୋଗଦେଇ ବିଭିନ୍ନ ଖାଦ୍ୟରୁ କିପରି ଶରୀରକୁ ଆୟୋଡିନ ଆସିଥାଏ,ସେ ସଂପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ଏହି ଦିବସରେ ଯୋଗଦେଇ ସହ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ବିରେନ୍ଦ୍ର  କୁମାର ନାୟକ ଗତବର୍ଷ ଏହି ଦିବସର ସଫଳ କାର୍ଯ୍ୟକ୍ରମ ଉପରେ ବିଶଦ ବିବରଣୀ ଦେବାସହ ଆଶାକର୍ମୀମାନେ ଅଧିକରୁ ଅଧିକ ଗର୍ଭବତୀ ମହିଳାମାନଙ୍କୁ ଆୟୋଡିନ ଯୁକ୍ତ ଖାଦ୍ୟ ଖାଇବା ପାଇଁ ପ୍ରବର୍ତାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ନର୍ସିଂ ହୋମରୁ ଆସିଥିବା ମୁଖ୍ୟ,ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀ,ସହ ମ୍ୟାନେଜର,ଆଶା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଉପ ପରିଚାଳକ,ଶିଶୁ ଓ ପ୍ରଜ୍ଜନନ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିବାବେଳେ ସ୍ୱସ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ – ୬୫ ଜଣ ଶିଶୁ ଆକ୍ରାନ୍ତ – ୬ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *