Saturday , October 16 2021
Breaking News
Home / ବିଶେଷ / ପାଟକୁରା ବଜାରରୁ ଜବର ଦଖଲ ଉଛେଦ ପାଇଁ ମାପଚୁପ ଚୁଡ଼ାନ୍ତ

ପାଟକୁରା ବଜାରରୁ ଜବର ଦଖଲ ଉଛେଦ ପାଇଁ ମାପଚୁପ ଚୁଡ଼ାନ୍ତ

ଗରଦପୁର,୨୧/୧୦/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ବଜାରରୁ ଜବର ଦଖଲ ଉଛେଦ କରାଯିବ ।  ସେଥିପାଇଁ ଗତ ୪ ସପ୍ତାହ ହେଲା ଜିଲାପାଳ ସମର୍ଥ ବର୍ମା ପ୍ରୟାସ ଜାରି ରଖିଛନ୍ତି ।  ଦିନକୁ ଦିନ ପାଟକୁରା ବଜାର ଜନଗହଳି ତଥା ଗାଡ଼ି ମୋଟର ର ବହୁଳ ବ୍ୟବହାର ଫଳରେ ରାସ୍ତାର ସଂକୀର୍ଣ୍ଣତା ଯୋଗୁ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ଜିଲାପାଳ ସମର୍ଥ ବର୍ମା ପାଟକୁରା ବଜାରର ରାସ୍ତା ଘରଟ ବୁଲି ଦେଖିଲା ପରେ ଜବର ଦଖଲ ହଟାଇବା ପାଇଁ ପାଟକୁରା ବଜାର କମିଟି ସହ ଆଲୋଚନା କରିଥିଲେ । ଜିଲାପାଳଙ୍କ ସହ ପାଟକୁରା ବଜାର କମିଟି ଶ୍ରୀ କହ୍ନେଇଲାଲ ଜୀଉ ଟ୍ରଷ୍ଟି ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ବଜାର ରାସ୍ତାକୁ ୮ ମିଟର ପଶସ୍ତ କରାଯିବା ପାଇଁ ଜିଲାପାଳ ନିଷ୍ପତି ନେଇଥିଲେ ।  ସେହି ଅନୁଯାୟୀ ଆଜି ଗରଦପୁର ତହସିଲଦାର  ଉମାକାନ୍ତ ବିଶ୍ୱାଳ , ଗରଦପୁର ରାଜସ୍ୱ ନିରୀକ୍ଷକ  ଓ ୩ ଜଣ ଅମିନ ଙ୍କ ସମେତ ଅନ୍ୟ କର୍ମଚାରୀମାନେ ପାଟକୁରା କହ୍ନୋଇଲାଲ ଜୀଉ ମଠ ଗଡ଼ା  ଠାରୁ ହନୁମାନ ମନ୍ତିର ପର୍ଯ୍ୟନ୍ତ ବଜାର ରାସ୍ତାକୁ ମାପଚୁପ କରି ଚିହ୍ନ ଦେଇଛନ୍ତି ।  ବଜାର ରାସ୍ତା  ୮ ମିଟର ଲେଖା ମାପ କରାଯାଇ ଚିହ୍ନ ଦିଆଯାଇଥିବାବେଳେ ୩ ଟି  ବାଙ୍କ ମୁଣ୍ଡରେ  ୧୦ ମିଟର ଲେଖା ନିଷ୍ପତି କରାଯାଇ ଚିହ୍ନ ଦିଆଯାଇଛି । ମେଡ଼ିକାଲ ସମ୍ମୁଖରେ ରାସ୍ତାକୁ ଅଧିକ ପ୍ରସସ୍ତ କରିବା ପାଇଁ ସେଠାରେ ଥିବା ସରକାରୀ ଯାଗାରୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରାଯିବା ପାଇଁ ନିଷ୍ପତି ହୋଇଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *